Cricket

ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡ

ଦିନକୁ ଦିନ ବଢି ବଢି ଚାଲିଛି ବାଂଲାଦେଶ ଓ ଭାରତ ମଧ୍ୟରେ ତିକ୍ତତାର ସୀମା । ଯାହା ବର୍ତ୍ତମାନ କ୍ରିକେଟ୍ ମଇଦାନକୁ ଆସିଲାଣି । ଆଇପିଏଲରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା ପରେ ଏବେ ରାଗରେ ଜଳୁଛି ବାଂଲା କ୍ରିକେଟ୍ ବୋର୍ଡ୍ । ଅନେକ ବାଦ ବିବାଦ ପରେ ତାଙ୍କୁ ଶନିବାର କୋଲକାତା ନାଇଟ୍ ରାଇଡର୍ସ ରିଲିଜ୍ କରିଥିଲା । ଏବେ ସେଠାକାର କ୍ରିକେଟ୍ ବୋର୍ଡ ଟି୨୦ ବିଶ୍ୱକପ୍ ମୁକାବିଲାର ଖେଳସୂଚୀ ପରିବର୍ତ୍ତନ ପାଇଁ ଦାବି କରିଛି । ତେବେ ଫେବୃଆରୀ ମାସରେ ଟି୨୦ ବିଶ୍ୱକପ୍ ଖେଳାଯିବ । ଯାହାର ଆୟୋଜକ ହେଉଛନ୍ତି ଭାରତ ଏବଂ ଶ୍ରୀଲଙ୍କା । ଯେଉଁଥିରେ ପାକିସ୍ତାନ ଏବଂ ଭାରତ ବିପକ୍ଷ ମୁକାବିଲା ଶ୍ରୀଲଙ୍କାରେ ଖେଳାଯିବ । ଏହାପରେ ବାଂଲାଦେଶ ନିଜ ମ୍ୟାଚକୁ ଭାରତ ବଦଳରେ ଶ୍ରୀଲଙ୍କାକୁ ପରିବର୍ତ୍ତନ ପାଇଁ ଦାବି କରିଛି ।

ବାଂଲା ସରକାରଙ୍କ ପରାମର୍ଶଦାତା ଆସିଫ୍ ନାଜରୁଲ କହିଛନ୍ତି ଯେ, ୨୦୨୬ ଟି୨୦ ବିଶ୍ୱକପରେ ଭାରତରେ ବାଂଲାଦେଶର ଅନେକ ମୁକାବିଲା ଖେଳାଯିବ । ହେଲେ ଏସବୁକୁ ଭାରତରେ ନଖେଳାଯାଇ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯିବା ଦରକାର । ଯେପରି ଭାରତ ପୂର୍ବରୁ ପାକିସ୍ତାନ ବିପକ୍ଷ ମୁକାବିଲାକୁ ଆୟୋଜନ କରିଥିଲା । ଏହାସହ ବାଂଲାଦେଶରେ ଆଇପିଏଲର ବ୍ରଡକାଷ୍ଟକୁ ସସପେଣ୍ଡ୍ ପାଇଁ କୁହାଯାଇଛି । ସେ ଆହୁରି କହିଛନ୍ତି ଯେ, ବାଂଲାଦେଶୀ କ୍ରିକେଟରଙ୍କୁ ଯେପରି ଭାବେ ବ୍ୟବହାର ପ୍ରଦର୍ଶନ କରାଯାଇଛି ତାହା ଗ୍ରହଣୀୟ ନୁହେଁ । ଖାଲି ଏତିକି ନୁହେଁ ବାଂଲା କ୍ରିକେଟ୍ ବୋର୍ଡ କହିଛି ଯେ, ପୂର୍ବରୁ ଭାରତୀୟ କ୍ରିକେଟ୍ ସହ ସାମାନ୍ୟ ଭଲ ସମ୍ପର୍କ ଥିଲା । ଏବେ କିନ୍ତୁ ସେ ସବୁ ନାହିଁ । ମୁସ୍ତାଫିଜୁରଙ୍କ ଚୁକ୍ତି କାହିଁକି ବାତିଲ ହେଲା ସେନେଇ ବିସିସିଆଇ ସ୍ପଷ୍ଟୀକରଣ ଦେବା ଦରକାର ।

Related posts

ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Odisha Sports Bureau

ଓପନ୍ ନ୍ୟାସନାଲ ପାରା ଆଥଲେଟିକ୍ସରେ ଓଡିଶା ଚାମ୍ପିୟନ

Odisha Sports Bureau

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଦଳର ଅଂଶ ହେବେନି

Odisha Sports Bureau