Cricket

ବାଂଲାଦେଶ ପରେ ପାକିସ୍ତାନ ବି ବାହାରିପାରେ T20 ବିଶ୍ଵ କପରୁ, ସାମ୍ନାକୁ ଆସିଲା ନୂଆ ରିପୋର୍ଟ

ବାଂଲାଦେଶ: ICC ପକ୍ଷରୁ ବାଂଲାଦେଶ ଟିମ୍ T20 ବିଶ୍ଵ କପରୁ ବାହାରିଥିବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ବାଂଲାଦେଶ ସ୍ଥାନରେ ୱାର୍ଲ୍ଡ କପ୍‌ରେ ସ୍କଟଲ୍ୟାଣ୍ଡ ଖେଳିବ। ଏହି ବଡ଼ ନିଷ୍ପତ୍ତିରୁ କ୍ରିକେଟ୍ ଜଗତ ଏଯାବତ୍ ସ୍ଥିର ହୋଇନଥିବା ବେଳେ, ଏବେ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି।ମିଡିଆ ରିପୋର୍ଟ ଅନୁସାରେ, ପାକିସ୍ତାନ ମଧ୍ୟ T20 ୱାର୍ଲ୍ଡ କପ୍ ୨୦୨୬ରୁ ବାହାରିପାରେ। ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟରମ୍ୟାନ୍ ମୋହସିନ୍ ନକଭି କହିଛନ୍ତି ଯେ, ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରୀଫଙ୍କ ଅନୁମତି ଅପେକ୍ଷାରେ ଅଛନ୍ତି।

ରିପୋର୍ଟ ଅନୁସାରେ ମୋହସିନ୍ ନକଭି ସ୍ପଷ୍ଟ କରିଛନ୍ତି ଯେ, T20 ୱାର୍ଲ୍ଡ କପ୍ ଖେଳିବା କି ନାହିଁ ଏହା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରିବ। ସେ ଏହା ମଧ୍ୟ କହିଛନ୍ତି ଯେ, ICC କୁ ଆଉ ଏକ ରିପ୍ଲେସମେଣ୍ଟ ପାଇଁ ପ୍ରସ୍ତୁତ ରହିବା ଉଚିତ। ସୋସିଆଲ୍ ମିଡିଆରେ ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି, ଯେଉଁଥିରେ ମୋହସିନ୍ ନକଭି ICC ବାଂଲାଦେଶ ସହ ଅନ୍ୟାୟ କରିଥିବା ଅଭିଯୋଗ କରୁଛନ୍ତି ଏବଂ ବାଂଲାଦେଶଙ୍କ ପକ୍ଷରେ ଠିଆ ହୋଇଥିବା କଥା କହୁଛନ୍ତି। ତେବେ, ଏହି ଭିଡିଓର ସତ୍ୟତାକୁ ଏପର୍ଯ୍ୟନ୍ତ ପୁଷ୍ଟି କରାଯାଇନାହିଁ।

Related posts

CSKର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି ମହେନ୍ଦ୍ର ସିଂହ ଧୋନି…

ଆମେରିକାକୁ କ୍ରିକେଟ୍ ନିଶା

Odisha Sports Bureau

ପୂଜାରେ ଟ୍ରାଡିସନାଲ ଲୁକରେ ନଜର ଆସିଲେ ବିରାଟ ଅନୁଷ୍କା

Odisha Sports Bureau