Cricket

ଦଶମ ପରୀକ୍ଷା ଦେଲେନି ବୈଭବ ସୂର୍ଯ୍ୟବଂଶୀ, CBSE ପରୀକ୍ଷାରେ ଅନୁପସ୍ଥିତ ଚିହ୍ନଟ

ପଟନା: ଭାରତୀୟ କ୍ରିକେଟରେ ଚମକୁଥିବା ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ଏବର୍ଷ Central Board of Secondary Education (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇନାହାନ୍ତି। ବିହାରର ସମସ୍ତିପୁର ସ୍ଥିତ ପରୀକ୍ଷା କେନ୍ଦ୍ରକୁ ସେ ଉପସ୍ଥିତ ନ ହେବାରୁ ତାଙ୍କୁ ଅନୁପସ୍ଥିତ ଦର୍ଶାଯାଇଥିବା ସୂଚନା ମିଳିଛି। ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ କହିବା ଅନୁଯାୟୀ, ବୈଭବ ପରୀକ୍ଷା ପାଇଁ ଫର୍ମ ପୂରଣ କରି ଆଡମିଟ୍ କାର୍ଡ ମଧ୍ୟ ପାଇଥିଲେ ଏବଂ କେନ୍ଦ୍ର ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ ସେ ପରୀକ୍ଷା ଦେବାକୁ ଆସିନଥିଲେ। ଏହି ପରିସ୍ଥିତିରେ ସେମାନେ ତାଙ୍କୁ ଅନୁପସ୍ଥିତ ଭାବେ ଚିହ୍ନଟ କରିଛନ୍ତି। ବୈଭବଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଏହି ସିଦ୍ଧାନ୍ତ ନିଆଯାଇଥିବା ଜଣାପଡ଼ିଛି। ଅଭ୍ୟାସ ଶିବିର, ପ୍ରତିଯୋଗିତା ଓ ବିଭିନ୍ନ କ୍ରିକେଟ୍ କାର୍ଯ୍ୟସୂଚୀ ନିମନ୍ତେ ସେ ପରୀକ୍ଷା ପାଇଁ ପ୍ରୟାପ୍ତ ପ୍ରସ୍ତୁତି ନେଇପାରିନଥିଲେ।

ଉଲ୍ଲେଖ୍ୟ ଯେ, ନିକଟରେ ସମାପ୍ତ ହୋଇଥିବା ICC Under-19 Cricket World Cupରେ ବୈଭବ ଚମତ୍କାର ପ୍ରଦର୍ଶନ କରିଥିଲେ। ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ସେ ୮୦ ବଲରୁ ୧୭୫ ରନ୍ କରିଥିବା ସହ ୩୦ଟି ଛକା ମାରି ରେକର୍ଡ ସୃଷ୍ଟି କରିଥିଲେ। ଆଗାମୀ ମାସରୁ Indian Premier League (IPL)ର ନୂଆ ସିଜନ ଆରମ୍ଭ ହେବାକୁ ଯାଉଛି। ଗତବର୍ଷ ଆଇପିଏଲରେ ଡେବ୍ୟୁ କରିଥିବା ସବୁଠାରୁ କମ୍ ବୟସର ଖେଳାଳି ଭାବେ ଓ ଇତିହାସର ସବୁଠାରୁ ଦ୍ରୁତ ଶତକ ମାରିଥିବା ଖେଳାଳି ଭାବେ ବୈଭବ ଆଗରୁ ହିଁ ଚର୍ଚ୍ଚାରେ ରହିଛନ୍ତି। ସିବିଏସଇ ଦଶମ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ଥିବା ବେଳେ ମାର୍ଚ୍ଚ ୧୧ ଯାଏଁ ଚାଲିବ।

Related posts

ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ବଡ଼ ଝଟକା

Odisha Sports Bureau

ଟିମ୍ ଇଣ୍ଡିଆ ପାଇଁ 2025 କିପରି ବିତିଲା?

Odisha Sports Bureau

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Odisha Sports Bureau