Cricket

ଧୂଳିସାତ୍ ହେଲା ଅଷ୍ଟ୍ରେଲିଆ ସ୍ଵପ୍ନ, ୧୭ ବର୍ଷ ପରେ ଗ୍ରୁପ୍ ପର୍ଯ୍ୟାୟରୁ ବିଦା

ନୂଆଦିଲ୍ଲୀ: ଇତିହାସ ରଚିଛି ଜିମ୍ବାୱେ । Zimbabwe national cricket team ଟି-୨୦ ବିଶ୍ଵକପରେ ପ୍ରଥମ ଥର ପାଇଁ ସୁପର-୮ ପର୍ଯ୍ୟାୟକୁ ପ୍ରବେଶ କରିଛି। ଗ୍ରୁପ-ବିର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ବର୍ଷାରେ ରଦ୍ଦ ହେବାରୁ ଜିମ୍ବାଓ୍ଵେ ୫ ପଏଣ୍ଟ ସହ ସପ୍ତମ ଦଳ ଭାବେ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛି। ପାଲ୍ଲେକେଲେରେ ଜିମ୍ବାଓ୍ଵେ ବନାମ ଆୟରଲାଣ୍ଡ ମ୍ୟାଚ୍ ବର୍ଷା କାରଣରୁ ଟସ୍ ହୋଇପାରିନଥିଲା। ଫଳରେ ଉଭୟ ଦଳକୁ ୧ ପଏଣ୍ଟ ମିଳିଲା। ଏହା ଜିମ୍ବାଓ୍ଵେ ପାଇଁ ଐତିହାସିକ ସଫଳତାର ଦ୍ୱାର ଖୋଲିଦେଲା। ସିକନ୍ଦର ରଜାଙ୍କ ନେତୃତ୍ୱାଧୀନ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛି। ଗ୍ରୁପରୁ ଆୟୋଜକ ଶ୍ରୀଲଙ୍କା ନ୍ୟାସନାଲ୍ କ୍ରିକେଟ୍ ଟିମ୍ ପୂର୍ବରୁ ୬ ପଏଣ୍ଟ ସହ ସୁପର-୮ରେ ପହଞ୍ଚିଥିଲା।

ଅନ୍ୟପଟେ, ବର୍ଷା ଅଷ୍ଟ୍ରେଲିଆର ସ୍ୱପ୍ନକୁ ଭାଙ୍ଗିଦେଇଛି। ଯଦି ଆୟରଲାଣ୍ଡ ଏହି ମ୍ୟାଚ୍ ଜିତିଥାନ୍ତା, ତେବେ ଅଷ୍ଟ୍ରେଲିଆର ସୁପର-୮ ଆଶା ଜୀବନ୍ତ ରହିଥାନ୍ତା। କିନ୍ତୁ ମ୍ୟାଚ୍ ରଦ୍ଦ ହେବାରୁ ୧୭ ବର୍ଷ ପରେ ଅଷ୍ଟ୍ରେଲିଆ ଗ୍ରୁପ ପର୍ଯ୍ୟାୟରୁ ବିଦା ହୋଇଛି। ୨୦୨୧ର ବିଜେତା ଦଳ ଏଥର ସମସ୍ୟାରେ ପଡିଯାଇଥିଲା । ପ୍ରମୁଖ ବୋଲରମାନେ ଉପଲବ୍ଧ ନ ଥିବାରୁ ଦଳ ଦୁର୍ବଳ ଦେଖାଯାଇଥିଲା। ଏବେ ସୁପର-୮ ପର୍ଯ୍ୟାୟରେ ଜିମ୍ବାଓ୍ଵେ କେମିତି ପ୍ରଦର୍ଶନ କରିବ, ସେଥିପାଇଁ କ୍ରିକେଟ୍ ପ୍ରେମୀମାନଙ୍କ ଆଗ୍ରହ ବଢ଼ିଛି।

Related posts

ପୁଣିଥରେ ବାପା ହେଲେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ

Odisha Sports Bureau

୨୦୨୭ ବିଶ୍ୱକପ୍‌ ଫର୍ମାଟ୍‌କୁ ନେଇ ବଡ଼ ବିବାଦ

Odisha Sports Bureau

ଏସିଆ କପ୍ରୁ ବାଦ ପଡିପାରେ ପାକିସ୍ତାନ