Cricket

ଟି-୨୦ ବିଶ୍ୱକପ୍ ୨୦୨୬: ସୁପର ୮ରେ ଭାରତର କାର୍ଯ୍ୟସୂଚୀ ସ୍ପଷ୍ଟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଆଜି ୨୦୨୬ ଟି-୨୦ ବିଶ୍ୱକପରେ ତା’ର ଶେଷ ଲିଗ୍ ମ୍ୟାଚ୍ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଛି ଏବଂ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ଏବେ ସମସ୍ତଙ୍କ ଦୃଷ୍ଟି ସୁପର ୮ର କାର୍ଯ୍ୟସୂଚୀ ଉପରେ।

ସୁପର ୮ର ପ୍ରଥମ ମ୍ୟାଚ୍ – ଦକ୍ଷିଣ ଆଫ୍ରିକା ବିପକ୍ଷରେ

ଗ୍ରୁପ୍ Dରୁ ଦକ୍ଷିଣ ଆଫ୍ରିକା ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତ ତାଙ୍କର ପ୍ରଥମ ସୁପର ୮ ମ୍ୟାଚ୍ ଫେବୃଆରୀ ୨୨ ତାରିଖରେ ଅହମ୍ମଦାବାଦର Narendra Modi Stadium ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ।

ଦ୍ୱିତୀୟ ସୁପର ୮ ମ୍ୟାଚ୍ – ଜିମ୍ବାୱେ

ପ୍ରଥମ ମ୍ୟାଚ୍ ପରେ ଭାରତ ଚେନ୍ନାଇର M. A. Chidambaram Stadium କୁ ଯିବ। ଦ୍ୱିତୀୟ ସୁପର ୮ ମ୍ୟାଚ୍ ଜିମ୍ବାୱେ ବିପକ୍ଷରେ ହେବ। ଆସନ୍ତା ଫେବୃଆରୀ ୨୬ରେ ଜିମ୍ବାୱେ ବିପକ୍ଷରେ ଖେଳାଯିବ ଦ୍ଵିତୀୟ ସୁପର ୮ ମ୍ୟାଚ୍ ।

ତୃତୀୟ ସୁପର ୮ ମ୍ୟାଚ୍ – ୱେଷ୍ଟଇଣ୍ଡିଜ୍ ବିପକ୍ଷରେ

ଭାରତ ମାର୍ଚ୍ଚ ୧ ତାରିଖରେ କୋଲକାତାର Eden Gardens ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସୁପର ୮ର ଶେଷ ମ୍ୟାଚ୍ ଖେଳିବ।

ସେମିଫାଇନାଲ ପାଇଁ କଣ ଆବଶ୍ୟକ?

ସେମିଫାଇନାଲକୁ ପହଞ୍ଚିବା ପାଇଁ ଭାରତକୁ ସୁପର ୮ ରେ ଅତି କମରେ ଦୁଇଟି ମ୍ୟାଚ୍ ଜିତିବା ଆବଶ୍ୟକ। ଦୁଇଟି ଜୟ ହେଲେ ସେମାନଙ୍କର ସେମିଫାଇନାଲ ଆଶା ମଜବୁତ ହେବ। ବର୍ତ୍ତମାନର ଫର୍ମ ଦେଖି ଲାଗୁଛି ଯେ ଟିମ୍ ଇଣ୍ଡିଆ ଏଥର ଟ୍ରଫି ଜିତିବାକୁ ପୁରା ତୟାରିରେ ଅଛି।

Related posts

ହାପି ବାର୍ଥ ଡେ ବିରାଟ ; ୩୪ ବର୍ଷରେ ପାଦ ଦେଲେ କିଙ୍ଗ କୋହଲି

Odisha Sports Bureau

ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା

Odisha Sports Bureau

ପୁଣିଥରେ ଅନ୍ତର୍ଜାତିୟ ସ୍ତରରେ ଅପମାନ ମୁଣ୍ଡାଇଲା ପାକ୍ ।