Cricket

ଦକ୍ଷିଣ ଆଫ୍ରିକାଠୁ ହାରି ଚିନ୍ତାରେ ଭାରତ, କେମିତି ଯିବ ସେମିକୁ

ନୂଆଦିଲ୍ଲୀ: ଭାରତପାଇଁ ଦକ୍ଷିଣ ଆଫ୍ରିକା ପାଖରୁ ମିଳିଥିବା ଶୋଚନୀୟ ପରାଜୟ ସେମି ଫାଇନାଲ୍ ଦୌଡ଼କୁ ଜଟିଳ କରିଦେଇଛି। ଏହା ସହ ୱେଷ୍ଟଇଣ୍ଡିଜ୍ ଦ୍ୱାରା ଜିମ୍ବାୱେ ବିପକ୍ଷରେ ୧୦୭ ରନର ବିଶାଳ ବିଜୟ ଗ୍ରୁପ-୧ର ପଏଣ୍ଟ ତାଲିକାକୁ ଆହୁରି କଠିନ କରିଛି। ସୁପର-୮ରେ ଭାରତ ଏବେ ସେମି ଦୌଡ଼ରେ ବହୁତ ପଛକୁ ପଡିଯାଇଛି। ଯଦି ଭାରତ ପୁନଃ ଫେରିବାକୁ ଚାହୁଁଛି, ତେବେ ଜିମ୍ବାଓେ ବିପକ୍ଷରେ ବିଶାଳ ବିଜୟ ଅତ୍ୟାବଶ୍ୟକ। ଏଥିପାଇଁ ବ୍ୟାଟିଂ ଲାଇନଅପ୍‌ରେ ସୁଧାର ଆଣିବା ଦରକାର। ସମଗ୍ର ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବ୍ୟାଟରମାନେ ଆଶାଯୋଗ୍ୟ ପ୍ରଦର୍ଶନ କରିପାରିନାହାନ୍ତି।

ପୂର୍ବତନ କ୍ରିକେଟର ଏବଂ ବର୍ତ୍ତମାନ ସମୀକ୍ଷକ Irfan Pathan ବ୍ୟାଟିଂ କ୍ରମରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ନମ୍ବର ୩ ଓ ୪ ସ୍ଥାନରେ ପରିବର୍ତ୍ତନ ଆବଶ୍ୟକ। ବର୍ତ୍ତମାନ ଟପ୍-୩ରେ ତିନିଜଣ ବାମହାତୀ ବ୍ୟାଟର ଖେଳୁଥିବାରୁ ବିପକ୍ଷ ଦଳର ବୋଲିଂ ଯୋଜନା ସହଜ ହେଉଛି। ଇଶାନ କିଶନ ଓ ଅଭିଷେକ ଶର୍ମା ଓପେନିଂ କରୁଥିବାବେଳେ ତିଳକ ବର୍ମା ନମ୍ବର-୩ରେ ଆସୁଛନ୍ତି। ଯଦିଓ ତିଳକ ଦକ୍ଷିଣ ଆଫ୍ରିକା ଗସ୍ତରେ ଦୁଇଟି ଶତକ ମାରି ଦମଦାର ପ୍ରଦର୍ଶନ କରିଥିଲେ, ଟି-୨୦ ବିଶ୍ୱକପରେ ସେ ଏପର୍ଯ୍ୟନ୍ତ ଲୟରେ ନାହାନ୍ତି।

ଇରଫାନ ପଠାନଙ୍କ ମତରେ, ଅଧିନାୟକ Suryakumar Yadavଙ୍କୁ ପୁଣିଥରେ ନମ୍ବର-୩ରେ ବ୍ୟାଟିଂ କରାଯିବା ଉଚିତ। ଟି-୨୦ ଅନ୍ତର୍ଜାତୀୟରେ ସେ ୩୨ଟି ମ୍ୟାଚରେ ନମ୍ବର-୩ରେ ବ୍ୟାଟିଂ କରି ୮୬୪ ରନ କରିଛନ୍ତି, ଷ୍ଟ୍ରାଇକ ରେଟ୍ ୧୫୮.୬୬। ଏଥିରେ ଗୋଟିଏ ଶତକ ଓ ଛଅଟି ଅର୍ଦ୍ଧଶତକ ରହିଛି।ଆଗାମୀ ମ୍ୟାଚରେ ଭାରତ କେମିତି ଯୋଜନା ନେଉଛି, ତାହା ସେମି ଫାଇନାଲ୍ ଆଶାକୁ ନିର୍ଣ୍ଣୟ କରିବ।

Related posts

କୋହଲି ଫିଙ୍ଗିଦେଲେ ପିନ୍ଧିଥିବା ହେଲ୍‌ମେଟ୍‌ ଓ ଗ୍ଲୋବ୍ସ

Odisha Sports Bureau

ODI ରେ ପରାଜୟ ପରେ ଗୌତମ ଗମ୍ଭୀରଙ୍କ ବିଷୟରେ ପ୍ରଶ୍ନ…

Odisha Sports Bureau

ଭିଭିଏସ୍ ଲକ୍ଷ୍ମଣ ୧୮ ବର୍ଷ ପରେ ଖୋଲିଲେ ରହସ୍ୟ, କଲିକତାର ୨୮୧ ରନ୍ କୁ ନୁହେଁ ଏହି ପାରିକୁ କହିଥିଲେ ମୁଖ୍ୟ

Odisha Sports Bureau