Cricket

ଘୋଷଣା ହେଲା ସିଡ୍ୟୁଲ୍, ଜୁନ୍‌ ୧୨ରୁ ମହିଳା ଟି-୨୦ ବିଶ୍ବକପ୍‌

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଜୁନ ୧୨ରୁ ଜୁଲାଇ ୫, ୨୦୨୬ ପର୍ଯ୍ୟନ୍ତ ଇଂଲଣ୍ଡରେ ହେବାକୁ ଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପ୍‌ର ସଂପୂର୍ଣ୍ଣ ଖେଳସୂଚୀ ଜାରି ହୋଇଛି।

ଗ୍ରୁପ୍ ବିଭାଜନ

ଗ୍ରୁପ୍ ‘ଏ’: ଅଷ୍ଟ୍ରେଲିଆ, ଭାରତ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ବାଂଲାଦେଶ, ନେଦରଲ୍ୟାଣ୍ଡ ।

ଗ୍ରୁପ୍ ‘ବି’: ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ନିଉଜଲ୍ୟାଣ୍ଡ, ଶ୍ରୀଲଙ୍କା, ସ୍କଟଲ୍ୟାଣ୍ଡ ।

ଏଥର ନେଦରଲ୍ୟାଣ୍ଡ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ। ଗତ ମାସରେ ଆୟୋଜିତ ଯୋଗ୍ୟତା ପ୍ରତିଯୋଗିତାର ସୁପର ସିକ୍ସ ପର୍ଯ୍ୟାୟରେ ତିନୋଟି ଜୟ ପାଇ ସେମାନେ ବିଶ୍ୱକପ୍ ଟିକେଟ୍ ନିଶ୍ଚିତ କରିଥିଲେ।

ମ୍ୟାଚ୍ ଓ ଭେନ୍ୟୁ

ମୋଟ ୩୩ଟି ମ୍ୟାଚ୍ ୭ଟି ପ୍ରମୁଖ ଷ୍ଟାଡିୟମ୍‌ରେ ଖେଳାଯିବ:

  • Old Trafford Cricket Ground
  • Headingley Cricket Ground
  • The Rose Bowl
  • County Ground Bristol
  • Edgbaston Cricket Ground
  • The Oval
  • Lord’s Cricket Ground

ଉଦଘାଟନୀ ମ୍ୟାଚ୍‌ ଜୁନ ୧୨ରେ ଇଂଲଣ୍ଡ ବନାମ ଶ୍ରୀଲଙ୍କା ମଧ୍ୟରେ ଏଜ୍‌ବାଷ୍ଟନ୍‌ରେ ଖେଳାଯିବ। ଜୁନ ୧୪ରେ ସେହି ମଞ୍ଚରେ ଭାରତ ବନାମ ପାକିସ୍ତାନ ମୁକାବିଲା ହେବ। ଫାଇନାଲ୍‌ ମ୍ୟାଚ୍‌ ଜୁଲାଇ ୫ରେ ଲର୍ଡସ୍‌ରେ ଆୟୋଜିତ ହେବ। ଏହି ବିଶ୍ୱକପ୍‌ରେ ରୋମାଞ୍ଚକର ମ୍ୟାଚ୍‌ ଓ ଉଚ୍ଚସ୍ତରୀୟ ପ୍ରତିସ୍ପର୍ଧା ଦେଖିବାକୁ ମିଳିବା ଆଶା କରାଯାଉଛି।

Related posts

ମ୍ୟାଚ ପୂର୍ବରୁ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମର ଯାଞ୍ଚ ପାଇଁ ପହଞ୍ଚିଲେ ଆଇସିସି ଏବଂ ବିସିସିଆଇ ଅଧିକାରୀ

Odisha Sports Bureau

ଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ସର୍ବବୃହତ୍‌ ତଥା ସମ୍ମାନଜନକ ଏକାମ୍ର ସ୍ପୋଟର୍ସ ଲିଟେରାରି ଫେଷ୍ଟିଭାଲ।

Odisha Sports Bureau

ଧୋନି କହିଲେ ତାଙ୍କର ପରବର୍ତ୍ତୀ ଯୋଜନା; ଆଇପିଏଲରୁ ଅବସର ନେବା ପରେ କ’ଣ କରିବେ?

Odisha Sports Bureau