Cricket

ରାଜ୍ୟର କ୍ରୀଡା ପ୍ରେମୀଙ୍କ ପାଇଁ ଖୁସି ଖବର

ରାଜ୍ୟର କ୍ରୀଡା ପ୍ରେମୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ କଟକରେ ଖେଳାଯିବ ଟି-୨୦ ମ୍ୟାଚ୍ । କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟର ରୋମାଞ୍ଚ । କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମ୍ୟାଚ୍ ଖେଳାଯିବ । ଆସନ୍ତା ଡିସେମ୍ବର ମାସରେ ଭାରତ ଗସ୍ତରେ ଆସୁଥିବା ଶ୍ରୀଲଙ୍କା ଦଳ ବିପକ୍ଷରେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଏନେଇ BCCI ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ତେବେ ଆସନ୍ତା ଡିସେମ୍ବର ୨୪ରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ଡିସେମ୍ବର ମାସରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ଟି-୨୦ ଏବଂ ୩ଟି ଦିନିକିଆ (ODI) ମ୍ୟାଚ୍‌ ବିଶିଷ୍ଟ ସିରିଜ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଶୃଙ୍ଖଳାର ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଡିସେମ୍ବର ୨୪ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ୩ଟି ODI ଓ ୩ଟି ଟି-୨୦ ଖେଳିବ ।

୩ ମ୍ୟାଚ୍‌ ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ବାରବାଟୀରେ ଖେଳିବ । ରାଜକୋଟରେ ପ୍ରଥମ ଓ ପୁଣେରେ ତୃତୀୟ ଟି-୨୦ ଖେଳିବ ଶ୍ରୀଲଙ୍କା । ଶେଷଥର ପାଇଁ ୨୦୧୭ ମସିହାରେ ବାରବାଟୀ ଷ୍ଟାଡିୟମରେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ସେହି ମ୍ୟାଚ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୯୩ ରନ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲା । ଏହି ଘରୋଇ ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ, ଏବଂ ଏହି ଫିକ୍ସର୍ ଦେଶବ୍ୟାପୀ ୧୭ଟି ସହରରେ ଆୟୋଜନ କରାଯିବ। ଏହି ସମୟ ମଧ୍ୟରେ ମୋଟ ଚାରୋଟି ଦଳ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ଅଛି । ଏଥିରେ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଅନ୍ତର୍ଭୁକ୍ତ। କହିରଖୁଛୁ ଯେ, ଘରୋଇ ସିଜିନ୍ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଯାଉଛି।

Related posts

ଅଷ୍ଟ୍ରେଲିଆ ବାହିନୀ ଆଗରେ ୩୯୯ରନର ବିଜୟ ଲକ୍ଷ୍ୟ

Odisha Sports Bureau

ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ବିଗ ଫାଇଟ

ଇଂଲଣ୍ଡର ଶୋଏବ ବଶିରଙ୍କୁ ‘ପାକିସ୍ତାନୀ’ ହେବା ଭାରି ପଡିଲା?

Odisha Sports Bureau