Cricket

ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସମ୍ପତ୍ତି ଟପିଲା ୧ହଜାର କୋଟି

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ବିଶ୍ୱର ଲୋକପ୍ରୀୟ ଖେଳାଳୀଙ୍କ ମଧ୍ୟରେ ଅନ୍ୟତମ । ଜଣେ ଲୋକପ୍ରୀୟ ଖେଳାଳି ହେବା ସହିତ ରୋଜଗାର ମାମଲାରେ ମଧ୍ୟ ସେ ଅନ୍ୟ ଖେଳାଳୀଙ୍କ ତୁଳନାରେ ଆଗରେ ରହିଛନ୍ତି । ବିରାଟଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧ହଜାର କୋଟି ପାର ହୋଇଛି ।

ଷ୍ଟକ ଗ୍ରୋ ମୁତାବକ ବିରାଟଙ୍କ ମୋଟ ସମ୍ପତ୍ତି ୧୦୫୦ କୋଟିରେ ପହଞ୍ଚିଛି । ସେ ଖେଳ ବ୍ୟତିତ ଅନ୍ୟ ସ୍ଥାନରୁ ମଧ୍ୟ ରୋଜଗାର କରୁଛନ୍ତି । ବିରାଟ ଏ ଯୁକ୍ତ ଟିମ୍ ଇଣ୍ଡିଆ ଏଗ୍ରିମେଣ୍ଟରୁ ୭ କୋଟି ଟଙ୍କା ରୋଜଗାର କରୁଛନ୍ତି । ସେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍ ତରଫରୁ ଖେଳୁଛନ୍ତି । ବିରାଟ ଆଇପିଏଲର ଗୋଟିଏ ସିଜିନ ପାଇଁ ୧୫ କୋଟି ଟଙ୍କା ନେଉଛନ୍ତି । ଏହା ବ୍ୟତୀତ ସେ ଅନେକ ବ୍ରାଣ୍ଡସର ମାଲିକ ମଧ୍ୟ ଅଛନ୍ତି । ଯେଉଁଥିରୁ ତାଙ୍କୁ ସର୍ବାଧିକ ରୋଜଗାର ମିଳୁଛି ବୋଲି କୁହାଯାଉଛି । ସେ ଗୋଟିଏ ଟେଷ୍ଟ ମ୍ୟାଚରୁ ୧୫ ଲକ୍ଷ, ଗୋଟିଏ ଏକଦିବସୀୟ ମ୍ୟାଚରୁ ୬ ଲକ୍ଷ ଓ ଗୋଟିଏ ଟି-୨୦ ମ୍ୟାଚରୁ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ସେହିଭଳି ସୋସିଆଲ ମିଡିଆରୁ ମଧ୍ୟ ବିରାଟ କୋହଲି ରୋଜଗାର କରୁଛନ୍ତି । ଇନଷ୍ଟାଗ୍ରାମରେ ବିରାଟଙ୍କର ୨୫୨ ମିଲିୟନ ଫଲୋଅର୍ସ ରହିଛନ୍ତି । ସୋସିଆଲ ମିଡିଆରେ ଫଲୋଅର୍ସ ମାଧ୍ୟମରେ ମଧ୍ୟ ବିରାଟ କୋହଲି ରୋଜଗାର କରୁଛନ୍ତି । ହୁପରର ୨୦୨୨ ମସିହାର ଇନଷ୍ଟାଗ୍ରାମ ରିଚ ଲିଷ୍ଟ ମୁତାବକ ବିରାଟଙ୍କର ଗୋଟିଏ ପୋଷ୍ଟରୁ ତାଙ୍କୁ ପାଖାପାଖି ୮.୬୯ କୋଟି ଟଙ୍କା ମିଳିଥାଏ । ସେହିଭଳି ଟ୍ୱିଟରରେ ପୋଷ୍ଟ ପ୍ରତି ସେ ୨.୫ କୋଟି ଟଙ୍କା ଦାବି କରିଥାନ୍ତି ।

Related posts

ଶୁବମନ ଙ୍କ ଜାଗାରେ କେଏଲ ରାହୁଲ ଅଧିନାୟକ

Odisha Sports Bureau

ଡେଭିଡ ୱାର୍ଣ୍ଣରଙ୍କୁ ବ୍ଲକ କଲା କାବ୍ୟା ମାରସନ ଟିମ

Odisha Sports Bureau

୧୩ ବର୍ଷ ପରେ ପ୍ରଥମ ମ୍ୟାଚ୍ ଜିତିଲା ମୁମ୍ବାଇ

Odisha Sports Bureau