Cricket

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୬୩ ରନର ଟାର୍ଗେଟ

ଆଜି ଆଇପିଏଲରେ ଦୁଇଟି ମ୍ୟାଚ୍ ଖେଳାଯାଉଛି। ଅରୁଣ ଜେଟଲି ଷ୍ଟାଡିୟମରେ ଦିନର ପ୍ରଥମ ମ୍ୟାଚ୍ ରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୨ ରନ କରିଛି। MI ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଛନ୍ତି । DC ପାଇଁ ମୁକେଶ କୁମାର ଦୁଇଟି ୱିକେଟ୍ ନେଇଥିଲେ। ଅକ୍ଷର ପଟେଲ, ସୂର୍ଯ୍ୟକୁମାର ଯାଦବ, ବିପରାଜ ନିଗମ ଏବଂ ଟି ନଟରାଜନ ପ୍ରତ୍ୟେକେ ଗୋଟିଏ ୱିକେଟ୍ ନେଇଥିଲେ।

 ଷ୍ଟାଣ୍ଡିଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଫିଟ୍ ନାହାନ୍ତି । ତେଣୁ ସେ ଆଜି ଦଳର ନେତୃତ୍ୱ ନେଉଛନ୍ତି। ଏବଂ ଆଜି ଦିନର ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା ୭:୩୦ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ ।

Related posts

ଦିଲ୍ଲୀ କ୍ୟାପିଟାଲ୍ସ କ୍ରିକେଟର ଅଭିଷେକ ପୋରେଲଙ୍କୁ ବଳାତ୍କାର ଅଭିଯୋଗ…

ପ୍ରଧାନମନ୍ତ୍ରୀଙ୍କୁ ବିସିସିଆଇ ଅଧ୍ୟକ୍ଷ ଓ ସଚିବ ଦେଲେ ସ୍ୱତନ୍ତ୍ର ଉପହାର

ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ଡେଲ୍ ଷ୍ଟେନ୍‌ଙ୍କୁ କ’ଣ କହିଥିଲେ?

Odisha Sports Bureau