Cricket

ଶ୍ରେୟସ୍‌ଙ୍କ ଉପରେ ରାଗିଲେ ପ୍ରୀତି ଜିଣ୍ଟା

ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଖେଳୁଥିବା ପଞ୍ଜାବ କିଙ୍ଗସ୍ ଦଳ ଆଇପିଏଲ 2025 ସିଜିନରେ ପ୍ଲେଅଫରେ ନିଜର ସ୍ଥାନ ନିଶ୍ଚିତ କରିଛି। ତଥାପି, 24 ମଇରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ରେ ସେମାନଙ୍କୁ 6 ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ପରାଜୟ ପରେ, ଏବେ ଟପ୍-2ରେ ସ୍ଥାନ ପାଇବା ସେମାନଙ୍କ ପାଇଁ କଷ୍ଟକର ମନେ ହେଉଛି।ଏହି ମ୍ୟାଚ୍‌ରେ ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ବିବାଦ ହୋଇଥିଲା। ଏହି ନିଷ୍ପତ୍ତିରେ କ୍ଷୁବ୍ଧ ହୋଇ ପଞ୍ଜାବ କିଙ୍ଗସର ସହ-ମାଲିକ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରିଥିଲେ ଏବଂ ଅମ୍ପାୟରିଂର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଥିଲେ। ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଲା ଏବଂ 20 ଓଭରରେ 8 ୱିକେଟ୍ ହରାଇ 206 ରନ୍ କରିଥିଲା।

15ତମ ଓଭରରେ, ଶଶାଙ୍କ ସିଂହ ମୋହିତ ଶର୍ମାଙ୍କ ବଲ୍ ରେ ଲଙ୍ଗ୍ ଅନ୍ ଉପରେ ଏକ ବଡ଼ ସଟ୍ ଖେଳିଥିଲେ, ଯାହା ଛକା ଭଳି ଦେଖାଯାଉଥିଲା। ମ୍ୟାଚ୍ ପରେ, ପ୍ରୀତି ଜିଣ୍ଟା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ନିଷ୍ପତ୍ତି ବିଷୟରେ ଲେଖିଥିଲେ ଯେ IPL ଭଳି ଏକ ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ଯେଉଁଠାରେ ଏତେ ପ୍ରଯୁକ୍ତିବିଦ୍ୟା ଉପଲବ୍ଧ, ଏପରି ଭୁଲକୁ ଗ୍ରହଣ କରାଯାଇପାରିବ ନାହିଁ। ପ୍ରୀତି ଜିଣ୍ଟା କହିଛନ୍ତି ଯେ ମ୍ୟାଚ୍ ପରେ ସେ କରୁଣ ନାୟାରଙ୍କ ସହ କଥା ହୋଇଥିଲେ ଏବଂ ସେ ନିଜେ ନିଶ୍ଚିତ କରିଥିଲେ ଯେ ବଲଟି ଛକା ଥିଲା। ପଞ୍ଜାବ କିଙ୍ଗ୍ସକୁ ଏବେ ୨୬ ମଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ଖେଳିବାକୁ ପଡିବ।

Related posts

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା: ରିସି ଟପ୍‌ଲେ ଆଘାତପ୍ରାପ୍ତ

ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି

ଟେଷ୍ଟ୍ ର଼୍ୟାଙ୍କିଙ୍ଗରେ ଜାଡେଜା ପୁଣି ଅଲରାଉଣ୍ଡର, ଫ୍ୟାନ୍ସଙ୍କୁ ନିରାଶ କଲେ ବିରାଟ

Odisha Sports Bureau