Cricket

ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ହଲଚଲ !

ଆଇପିଏଲ୍ ୨୦୨୭ ସିଜିନ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (MI) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦଳର ଅଧିନାୟକତ୍ୱ ଏବଂ ଖେଳାଳି ଟ୍ରେଡ୍‌ (Trade) କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଭାରତର ପୂର୍ବତନ ଷ୍ଟାର୍ ସ୍ପିନର ଆର୍. ଅଶ୍ୱିନଙ୍କ ଏକ ବୟାନ ପରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ କୌତୂହଳ ବୃଦ୍ଧି ପାଇଛି। ଅଶ୍ୱିନଙ୍କ ଦାବି ଅନୁଯାୟୀ, ଆସନ୍ତା ସିଜିନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବା ହୁଏତ ସମ୍ଭବ ନ ହୋଇପାରେ।

ପଞ୍ଜାବ କିଙ୍ଗ୍ସକୁ ଯାଇପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା!

ଅଶ୍ୱିନ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହି ସମ୍ଭାବନା ବିଷୟରେ ଆଲୋଚନା କରି କହିଛନ୍ତି ଯେ, ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସରୁ ଟ୍ରେଡ୍ କରାଯାଇପାରେ। ବିଶେଷ କରି ପଞ୍ଜାବ କିଙ୍ଗ୍ସ ସହ ତାଙ୍କର ଟ୍ରେଡ୍ ହେବାର ସମ୍ଭାବନା ଅଧିକ ରହିଛି।

ଏହି ଟ୍ରେଡ୍ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗ୍ସରୁ ଜଣେ ଭଲ ଭାରତୀୟ ବାମହାତୀ ଦ୍ରୁତ ବୋଲର ଏବଂ ଜଣେ ଦକ୍ଷ ଲେଗ୍ ସ୍ପିନରଙ୍କୁ ନିଜ ଦଳରେ ସାମିଲ କରିବାକୁ ଲକ୍ଷ୍ୟ ରଖିପାରେ। ତେବେ ଏହା କେବଳ ଏକ ଆକଳନ ଏବଂ ଏନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରିକ (Official) ଘୋଷଣା ହୋଇନାହିଁ।

Related posts

ଭାରତର ବଡ଼ ବିଜୟ, ଅନେକ ପ୍ରଚେଷ୍ଟା ପରେ ବି ଜିତିପାରିଲାନି ବାଂଲାଦେଶ

Odisha Sports Bureau

ଧୋନୀ-ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ସଲମାନ ଅଲ୍ଲୀ ଆଗା

Odisha Sports Bureau

ଚତୁର୍ଥ ମ୍ୟାଚରେ ପୁଣି ଭାରତର ସୁପର ବିଜୟ

Odisha Sports Bureau