Cricket

ଚତୁର୍ଥ ମ୍ୟାଚରେ ପୁଣି ଭାରତର ସୁପର ବିଜୟ

(ଓଡିଶା ସ୍ପୋର୍ଟ): ପୁଣି ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ ରୋମାଞ୍ଚକର । ତୃତୀୟ ମ୍ୟାଚ୍ ଭଳି ଚତୁର୍ଥ ମ୍ୟାଚ୍ ବି ସୁପର ଓଭର୍ରେ ଫଇସଲା । ସୁପର ଓଭର୍ରେ ନ୍ୟୁଜିଲାଣ୍ଡ ୧୩ ରନ୍ କରିଥିଲା । ଜବାବ ଦେବାକୁ ଆସିଥିଲେ କେ.ଏଲ୍ ରାହୁଲ ଓ ଅଧିନାୟକ ବିରାଟ କୋହଲି । ପ୍ରଥମ ବଲ୍କୁ ରାହୁଲ ଛକା ମାରିଥିଲେ ଏବଂ ଦ୍ୱିତୀୟ ବଲ୍ରେ ଚୌକା ମାରିଲେ । ତେବେ ତୃତୀୟ ବଲ୍ରେ ଆଉଟ୍ ହୋଇଗଲେ । ଚତୁର୍ଥ ବଲ୍ର ସାମନା କରିଥିଲେ ବିରାଟ । ସେ ଏଥିରେ ୨ ରନ୍ ନେଇଥିଲେ । ଶେଷ ୨ ବଲ୍ରେ ୨ ରନ୍ ଦରକାର ଥିଲା । ବିରାଟ ଚୌକା ମାରି ଦଳକୁ ଜିତାଇ ଦେଇଥିଲେ । ବର୍ତ୍ତମାନ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ୪-୦ରେ ଆଗୁଆ ରହିଛି ।
ପ୍ରଥମେ ଭାରତ ବ୍ୟାଟିଂ କରି ୮ ଓ୍ଵିକେଟ୍ରେ ୧୬୫ ରନ୍ କରିଥିଲା । ପରେ ନ୍ୟୁଜିଲାଣ୍ଡ ଦଳ ୭ ଓ୍ଵିକେଟ୍ ବିନିମୟରେ ସମାନ ୧୬୫ ରନ କରିଥିଲା। ମ୍ୟାଚ୍ ଟାଇ ରହିବା ପରେ ସୁପର ଓଭରର ସହାୟତା ନିଆଯାଇଥିଲା। ଗତ ମ୍ୟାଚ୍ ଭଳି ଏହି ମ୍ୟାଚ୍ରେ ମଧ୍ୟ ନ୍ୟୁଜିଲାଣ୍ଡ ଜିତିବାର ସବୁ ସମ୍ଭାବନା ଉଜ୍ଜ୍ୱଳ କରିବା ପରେ ଠିକ୍ ଶେଷ ଓଭରରେ ଅଚାନକ ଏହାର ଇନିଂସ୍ ଭୁଶୁଡ଼ି ପଡ଼ିଥିଲା । ଶାର୍ଦ୍ଦୁଲ ଠାକୁର ପ୍ରଥମ ବଲ୍ରେ ରଜ୍ ଟେଲରଙ୍କୁ, ତୃତୀୟ ବଲ୍ରେ ଟିମ୍ ସିଫେର୍ଟଙ୍କୁ, ପଞ୍ଚମ ବଲ୍ରେ ଡାରୀଲ ମିଚଲଙ୍କୁ ଆଉଟ୍ କରିବା ପରେ ସାଣ୍ଟନର ଶେଷ ବଲ୍ରେ ରନ୍ ଆଉଟ୍ ହୋଇଥିଲେ ।

Related posts

ହୋମ ଗ୍ରାଉଣ୍ଡରେ ମ୍ୟାଚ ଜିତିଲା କେକେଆର

ଧୋନୀଙ୍କ ମିଶନ କାଶ୍ମୀର ଯାତ୍ରା ଆରମ୍ଭ

‘କିଙ୍ଗ୍ କୋହଲି’ ପାଇଁ ଗିରଫ ହେଲେ ୩ ହତ୍ୟାକାରୀ