Tennis

ଅଷ୍ଟ୍ରେଲିଆ ଓପନର ଫାଇନାଲରେ ମୁଗୁରୁଜା-ସୋଫିଆ

(ଓଡିଶା ସ୍ପୋର୍ଟସ): ବର୍ଷର ପ୍ରଥମ ଗ୍ରାଣ୍ଡମାଷ୍ଟର ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆ ଓପନ୍ ୨୦୨୦ରେ ମହିଳା ଏକକର ଦୁଇ ଫାଇନାଲିଷ୍ଟ୍ ମିଳିସାରିଛନ୍ତି । ଅଷ୍ଟ୍ରେଲିଆ ଓପନର ଟାଇଟଲ୍ ମୁକାବିଲା ଆମେରିକାର ସୋଫିୟା କେନିନ୍ ଏବଂ ସ୍ପେନର ଗରବାଇନ୍ ମୁଗୁରୁଜାଙ୍କ ମଧ୍ୟରେ ହେବ । ଫାଇନାଲ୍ ମ୍ୟାଚ୍ ଶନିବାରଦିନ ଖେଳା ଯିବ । ପ୍ରଥମ ସେମିଫାଇନାଲରେ ସୋଫିଆ କେନିନ୍ ଏଶ୍ଲେ ବାର୍ଟିଙ୍କୁ ପରାସ୍ତ କରିଥିଲେ । ସେହିପରି, ୧୨୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଦ୍ୱିତୀୟ ସେମିଫାଇନାଲରେ ମୁଗୁରୁଜା ରୋମାନିଆର ସିମୋନା ହାଲେପଙ୍କୁ ପଛରେ ପକାଇଛନ୍ତି । ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓପନର ଫାଇନାଲ୍ ମୁଗୁରଜା ଏବଂ ସୋଫିଆଙ୍କ ମଧ୍ୟରେ ହେବ । ଏହି ମ୍ୟାଚରେ ମୁଗୁରୁଜା ସିମୋନା ହାଲେପଙ୍କୁ ୭-୬, ୭-୫ରେ ପରାସ୍ତ କରି ଅଷ୍ଟ୍ରେଲିଆ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି । ଦୁହିଁଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା, କିନ୍ତୁ ୧୨୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚରେ ମୁଗୁରୁଜା ବାଜି ମାରିଥିଲେ । ଦୁହିଁଙ୍କ ମଧ୍ୟରେ ଆଜି ସୁଦ୍ଧା ୪ଟି ମୁକାବିଲା ଖେଳାଯାଇଛି, ପ୍ରତିଥର ମୁଗୁରୁଜା ମାଜି ମାରିଛନ୍ତି ।

Related posts

ଅବସର ନେଲେ ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପନ୍ନା

Odisha Sports Bureau

ଟାଇଟଲ୍ ଜିତିବାର ଗୋଟିଏ ପାଦ ପଛରେ ରହିଛନ୍ତି ରାଫେଲ୍

Odisha Sports Bureau

ୟୁଏସ୍ ଓପନ: ୨୦୧୩ ପରେ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ ଜିତିବାରେ ସୁମିତ ହେଉଛନ୍ତି ପ୍ରଥମ ଭାରତୀୟ

Odisha Sports Bureau