More Sports

ରାନୀ ରାମପାଲଙ୍କୁ ‘ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର୍’ ପୁରସ୍କାର

(ଓଡ଼ିଶା ସ୍ପୋର୍ଟ): ଭାରତୀୟ ମହିଳା ହକି ଟିମ୍ କ୍ୟାପଟେନ୍ ରାନୀ ରାମପାଲ୍ ସମ୍ମାନଜନକ ‘ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର୍’ ପୁରସ୍କାର ଜିତି ନୂଆ ଇତିହାସ ରଚିଛନ୍ତି।ସେ ପ୍ରଥମ ହକି ଖେଳାଳି ଭାବେ ଏହି ପୁରସ୍କାର ଜିତିଛନ୍ତି। “ଦି ୱାର୍ଲ୍ଡ ଗେମ୍ସ’ ସାରା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ଦ୍ୱାରା ୨୦ ଦିନର ମତଦାନ ପରେ ଗୁରୁବାର ବିଜେତାର ଘୋଷଣା କରିଛି।

ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ମୋଟ ୭୦୫,୬୦୧ ମତଦାନ ଦେଇଥିଲେ, ଯେଉଁଥିରୁ ରାନୀ ୧୯୯,୪୭୭ ଖଣ୍ଡ ଭୋଟ୍ ସହ ବର୍ଷର ଶ୍ରେଷ୍ଠ ଆଥଲେଟ୍ ବିବେଚିତ ହୋଇଛନ୍ତି। ଗତବର୍ଷ ଭାରତ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଜିତିଥିଲା ଏବଂ ରାନୀ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରାନୀଙ୍କ ନେତୃତ୍ୱରେ ଭାରତ ତୃତୀୟଥର ଅଲିମ୍ପିକ୍ କ୍ରୀଡ଼ା ପାଇଁ କ୍ୱାଲିଫାଏ କରିଛି।

ସୂଚନାଯୋଗ୍ୟ, ଏହି ପୁରସ୍କାର ପାଇଁ ବିଭିନ୍ନ କ୍ରୀଡ଼ାର ୨୫ଜଣ ଖେଳାଳିଙ୍କୁ ମନୋନୀତ କରାଯାଇଥିଲା। ଏଫଆଇଏଚ୍ ରାନୀଙ୍କ ନାଁ ସୁପାରିସ୍ କରିଥିଲା। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ଟ୍ୱିଟ୍ କରି ରାନୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛି। ଏହି ପୁରସ୍କାର ଦୌଡ଼ରେ ୟୁକ୍ରେନର କରାଟେ ଷ୍ଟାର୍ ଷ୍ଟାନିସ୍ଲାଭ ହୋରୁନା ଏବଂ କ୍ୟାନାଡାର ପାୱାରଲିଫ୍ଟିଙ୍ଗ୍ ୱାର୍ଲ୍ଡ ଚାର୍ମ୍ପିନ୍ ରିଆ ଷ୍ଟିନ୍ ତୃତୀୟ ସ୍ଥାନରେ ରହିଛନ୍ତି।

Related posts

ଫିଫା ଅଣ୍ଡ-୧୭ ମହିଳା ବିଶ୍ୱ କପ୍ ପରବର୍ତ୍ତି ବର୍ଷ ଭାରତରେ ଖେଳାଯିବ

Odisha Sports Bureau

ଫାଇନାଲରେ ଭାବିନାଙ୍କ ଏଣ୍ଟ୍ରି

Odisha Sports Bureau

ୱାଟର୍‌ ବୟ ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

Odisha Sports Bureau