More Sports

କାରୁଆନାଙ୍କ ଠାରୁ ପରାଜିତ ହେଲେ ବିଶ୍ୱନାଥନ

(ଓଡିଶା ସ୍ପୋର୍ଟସ): ଭାରତୀୟ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ଟାଟାଷ୍ଟିଲ୍ ମାଷ୍ଟର୍ସ ଚେସ୍ ର ଅଷ୍ଟମ ପର୍ଯ୍ୟାୟରେ ଆମେରିକାର ଫେବିୟାନୋ କାରୁଆନାଙ୍କ ଠାରୁ ବିଜୟର ନିକଟରେ ପହଞ୍ଚିବା ପରେ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି । ବିଶ୍ୱ ଚମ୍ପିଆନ ମେଗ୍ନସ କାର୍ଲସନ ଋଷର ନିକିତା ଭିଟୁଇଗୋଭଙ୍କୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଳ କରିଛନ୍ତି । ଏହା ତାଙ୍କ ପାଇଁ ଏକ ତରଫା ବିଜୟ ଅଟେ । ଆନନ୍ଦଙ୍କ ପାଇଁ ଏହି ଦିନଟି ବହୁତ ଖରାପ ଥିଲା କାରଣ କାରୁଆନାଙ୍କ ୩୭ତମ ଚାଲରେ ଭୁଲ କରିବା ପରେ ମଧ୍ୟ ଆନନ୍ଦ ଠିକ୍ ଚାଲ୍ ଚଳାଇପାରିନଥିଲେ ଶେଷରେ ତାଙ୍କୁ ପରାଜେୟର ସାମ୍ନା କରିବାକୁ ପଡିଲା ।

ଅଲିରେଜା ଫିରୋଜା ଏବଂ କାରୁଆନା ୫.୫ ଅଙ୍କ ନେଇ କମ୍ବାଇନ୍ ଆଗୁଆ ରହିଥିଲେ । ଏହି ଦୁଇଜଣ ଆମେରିକାର ଭେସ୍ଲେ ସୋ ଏବଂ ନେଦଲ୍ୟାଣ୍ଟର ଜୋର୍ଡନ ବାନ ଫୁରେଷ୍ଟଙ୍କ ଠାରୁ ଆଗୁଆ ରହିଛନ୍ତି । କାର୍ଲସନଙ୍କ ୪.୫ ଅଙ୍କ ଅଟେ ଏବଂ ସେ ପୋଲାଣ୍ଡର ଜନ କ୍ରିସ୍ତୋଫ ଡ୍ଡୁଡାଙ୍କ ସହିତ ଏହି ଦିନରେ ପଛୁଆ ରହିଛନ୍ତି । ଆନନ୍ଦ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପରାଜୟରେ ୩.୫ ଅଙ୍କ ନେଇ ଦଶମ ସ୍ଥାନକୁ ଖସି ଯାଇଛନ୍ତି । ଚ୍ୟାଲେଞ୍ଜର୍ସ ବର୍ଗରେ ୟୁକ୍ରେନର ଗ୍ରାଣ୍ଡମାଷ୍ଟର ପାବେଲ ଏଲିଜାନୋଭ ଏକା ଆଗକୁ ବଢିଛନ୍ତି । ସେ ଉଜବେକିସ୍ତାନର ନୋଦିରବେକ ଅଦ୍ଦ୍ୱୁସତ୍ତାରୋଭଙ୍କ ଠାରୁ ବାଜି ଡ୍ର କରିଛନ୍ତି ।

ଭାରତୀୟ ମାନଙ୍କ ମଧ୍ୟରେ ସୂର୍ଯ୍ୟଶେଖର ଗାଙ୍ଗୁଲି ନେଦରଲ୍ୟାଣ୍ଡର ଇରବିନ ଲାମିଙ୍କ ସହିତ ଡ୍ର ଖେଳିଲେ କିନ୍ତୁ ନିହାଲ ସରିନଙ୍କୁ ସ୍ପେନର ଡେଭିଡ୍ ଏଣ୍ଟନ ଗୁଜାରୋଙ୍କ ଠାରୁ ପରାଜୟ ମିଳିଲା । ଏହା ପରେ ମଧ୍ୟ ଗାଙ୍ଗୁଲି ଯୁଗୋଳ ରୂପେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଏବଂ ଏଲିଜାନୋଭଙ୍କ ଠାରୁ ଅଧା ଅଙ୍କରେ ପଛୁଆ ରହିଛନ୍ତି ।

Related posts

କଳିଙ୍ଗ ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍ସି

Odisha Sports Bureau

ଆୟର୍ଲାଣ୍ଡ ପାରାବ୍ୟାଡ଼ ମିଣ୍ଟନରେ ଓଡ଼ିଆ ତାରକା ପ୍ରମୋଦ ଭଗତତଙ୍କୁ ରୋପ୍ୟ

୮୦ତମ ଜାତୀୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଓଡ଼ିଶା ମହିଳା ଆଗରେ

Odisha Sports Bureau