Athletics Javelin Throw

ତିନିଥରର ଏସିଆନ୍ ପାରା ଗେମ୍ସ ସ୍ୱର୍ଣ୍ଣ ବିଜେତା ନୀରଜ ଯାଦବଙ୍କ ମୃତ୍ୟୁ

ଭାରତୀୟ କ୍ରୀଡ଼ା ଜଗତରୁ ଆସିଲା ଦୁଃଖଦ ଖବର। ତିନିଥରର ଏସିଆନ୍ ପାରା ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଯାଦବଙ୍କ ଦେହାନ୍ତ ହୋଇଛି। ୪୨ ବର୍ଷୀୟ ନୀରଜଙ୍କ ମୃତ୍ୟୁ ଦିଲ୍ଲୀରେ ହୋଇଥିବା ବେଳେ, ସେ ବିଷାକ୍ତ ପଦାର୍ଥ ସେବନ କରିଥିବା ଅଭିଯୋଗ ହୋଇଛି। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ଓ ପୋଷ୍ଟମର୍ଟମ୍ ପ୍ରକ୍ରିୟା ଜାରି ରହିଛି।

ନୀରଜ ଯାଦବ ଜଣେ ପ୍ରତିଷ୍ଠିତ ପାରା ଆଥଲେଟ୍ ଥିଲେ। ୨୦୧୮ ମସିହାରେ ଜାକର୍ତ୍ତା ଏସିଆନ୍ ପାରା ଗେମ୍ସରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିତିଥିବା ବେଳେ, ୨୦୨୩ ମସିହାରେ ହାଙ୍ଗଝୋଉରେ ଜାଭେଲିନ୍ ଓ ଡିସ୍କସ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ସୂଚନା ଅନୁସାରେ, ଡୋପିଂ ନିଲମ୍ବନ କାରଣରୁ ସେ ଚଳିତ ମାସରେ ହେବାକୁ ଥିବା ଏସିଆନ୍ ପାରା ଗେମ୍ସରେ ଭାଗ ନେଇପାରିନଥିଲେ। ଏହାପରେ ସେ ମାନସିକ ଚାପରେ ଥିବା ନେଇ ଖବର ପ୍ରକାଶ ପାଇଛି। ତେବେ ଏହା ତାଙ୍କ ମୃତ୍ୟୁ ସହ ଜଡ଼ିତ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ। ଭାରତୀୟ ପାରା ଆଥଲେଟିକ୍ସ ଦଳର ମୁଖ୍ୟ ପ୍ରଶିକ୍ଷକ ଏସ୍. ସତ୍ୟନାରାୟଣ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି।

ମାତ୍ର ୭ ବର୍ଷ ବୟସରେ ପୋଲିଓ ପରବର୍ତ୍ତୀ ପକ୍ଷାଘାତର ଶିକାର ହୋଇଥିବା ନୀରଜ ପ୍ରଥମେ ହ୍ୱିଲ୍‌ଚେୟାର ଟେନିସ୍ ଖେଳୁଥିଲେ। ପରେ ପାରା ଆଥଲେଟିକ୍ସରେ ଯୋଗଦେଇ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗରେ ଭାରତୀୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି।

Related posts

ଐତିହାସିକ ସଫଳତା: ଏସିଆନ୍ ଗେମ୍ସରେ ଭାରତର ପ୍ରଥମ ସ୍ୱର୍ଣ୍ଣ

Odisha Sports Bureau

ଏସିଆନ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବେ କନଷ୍ଟେବଳ ରଶ୍ମିତା…

Odisha Sports Bureau

କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ଆୟୋଜିତ ହେବ ବିଶ୍ଵ ଆଥଲେଟ କଣ୍ଟିନେଣ୍ଟାଲ ଟୁର୍