Cricket

ପ୍ରଥମ ୪ ଇନିଂସରେ ୬୫୯ ରନ୍, ଭାଙ୍ଗିଲେ ୧୦୦ ବର୍ଷର ପୁରୁଣା କୀର୍ତ୍ତିମାନ

ରଣଜୀ ଟ୍ରଫିରେ ଇତିହାସ ରଚୁଛନ୍ତି ମିଜୋରାମ୍‌ର ବ୍ୟାଟର ଚିନ୍ମୟ ସୁତାର। ଗୋଟିଏ ପରେ ଗୋଟିଏ ବିସ୍ଫୋରକ ଇନିଂସ ଖେଳି କ୍ରିକେଟ୍‌ ଜଗତରେ ନିଜ ନାଁକୁ ଚର୍ଚ୍ଚାରେ ରଖିଛନ୍ତି ୨୯ ବର୍ଷୀୟ ଏହି ବ୍ୟାଟ୍ସମେନ । ମାତ୍ର ୪ଟି ପ୍ରଥମ ଶ୍ରେଣୀ ଇନିଂସରେ ୬୫୯ ରନ୍‌ ସଂଗ୍ରହ କରି ସେ ଭାଙ୍ଗିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମେନ ୱିଲ୍‌ ପୋନ୍ସଫୋର୍ଡଙ୍କ ୧୦୦ ବର୍ଷରୁ ଅଧିକ ପୁରୁଣା ରେକର୍ଡ । ପୋନ୍ସଫୋର୍ଡ ପ୍ରଥମ ୪ଟି ଇନିଂସରେ ୬୧୬ ରନ୍‌ କରିଥିବା ବେଳେ ଚିନ୍ମୟ ୬୫୯ ରନ୍‌ ସହ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

From Leg-Spinner to the 400 Club: The Evolution of Chinmay Sutar

ନିକଟରେ ନାଗାଲାଣ୍ଡ ବିପକ୍ଷରେ ଚିନ୍ମୟ ଖେଳିଥିଲେ ଅପରାଜିତ ୪୦୦ ରନ୍‌ର ଐତିହାସିକ ଇନିଂସ । ୫୧୭ଟି ବଲ୍‌ର ସମ୍ମୁଖୀନ ହୋଇ ୪୬ଟି ଚୌକା ଓ ୭ଟି ଛକା ବଳରେ ସେ ଏହି ବିଶାଳ ସ୍କୋର କରିଥିଲେ । ରଣଜୀ ଟ୍ରଫି ଇତିହାସରେ ଭାଉସାହେବ ନିମ୍ବାଳକରଙ୍କ ପରେ ଚତୁଃଶତକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ । ଏଥିସହ ବିଶ୍ୱର ଦଶମ ବ୍ୟାଟ୍ସମେନ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି ।

Ranji Trophy - Chinmay Sutar goes from Mumbai to Mizoram and into the  record books | Cricinfo

ତେବେ ଏହିଠାରେ ଅଟକି ନାହାନ୍ତି ଚିନ୍ମୟ । ମେଘାଳୟ ବିପକ୍ଷରେ ଆଉ ଏକ ଦମଦାର ଶତକ ହାସଲ କରି ୧୨୫ ରନ୍‌ର ଇନିଂସ ଖେଳିଛନ୍ତି । ଚଳିତ ସିଜନ୍‌ର ପ୍ରଥମ ମ୍ୟାଚ୍‌ରେ ୩୫ ଓ ୯୯ ରନ୍‌ କରିଥିବା ଚିନ୍ମୟ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ୪୦୦ ଓ ୧୨୫ ରନ୍‌ କରି ନିଜ ବ୍ୟାଟିଂ ଦକ୍ଷତାର ପରିଚୟ ଦେଇଛନ୍ତି । ପୂର୍ବରୁ ମୁମ୍ବାଇ ପକ୍ଷରୁ ଘରୋଇ କ୍ରିକେଟ୍‌ ଖେଳୁଥିବା ଚିନ୍ମୟଙ୍କୁ ନିୟମିତ ସୁଯୋଗ ମିଳୁନଥିଲା । ତେଣୁ ୨୦୨୬-୨୭ ସିଜନ୍‌ରେ ସେ ମିଜୋରାମ୍‌ରେ ଯୋଗ ଦେଇଥିଲେ । ଆଉ ନୂଆ ଦଳରେ ସୁଯୋଗ ପାଇବା ପରେ ନିଜ ବ୍ୟାଟ୍‌ରେ ରଚିଛନ୍ତି ନୂଆ ଇତିହାସ । ଚିନ୍ମୟଙ୍କ ଏହି ଅସାଧାରଣ ଫର୍ମ ଏବେ ଘରୋଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related posts

ବାଧକ ସାଜିଲା ବର୍ଷା, ଆଜି ଖେଳାଯିବ ଆଇପିଏଲ୍ ଫାଇନାଲ୍

Odisha Sports Bureau

ଏହି ଦଳ ବିପକ୍ଷରେ ଋଷଭ ପନ୍ତ ପଡ଼ିଆକୁ ଫେରିବା ନିଶ୍ଚିତ!

Odisha Sports Bureau

ଏକାନ୍ନା ଷ୍ଟାଡିୟମରେ ମୁହାଁ ମୁହିଁ ହେବେ ବେଙ୍ଗାଲୁରୁ କୁ ଲକ୍ଷ୍ନୌ

Odisha Sports Bureau