Boxing

ମୀନାକ୍ଷୀ ହୁଡା ଏବଂ ଜ୍ୟୋତି ଗୁଲିଆ ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେଲେ

ବିଶ୍ୱ ବକ୍ସିଂ କପ୍‌ ଫାଇନାଲ୍ସରେ ଦମ୍‌ ଦେଖାଇବେ ଭାରତୀୟ ମୁଷ୍ଟିଯୋଦ୍ଧା । ଏଥିପାଇଁ ଘୋଷଣା ହୋଇଛି ୧୭ ଜଣିଆ ଭାରତୀୟ ଦଳ ।  ବିଶ୍ୱ ନମ୍ବର ଏକ ମୀନାକ୍ଷୀ ହୁଡା ଏବଂ ବିଶ୍ୱ ବକ୍ସିଂ କପ୍ ସ୍ୱର୍ଣ୍ଣ ପଦକ ବିଜେତା ଜ୍ୟୋତି ଗୁଲିଆ ଭାରତର ୧୭ ଜଣିଆ ଦଳର ନେତୃତ୍ୱ ନେବେ। ଏହି ଇଭେଣ୍ଟରେ ଆଠ ଜଣ ପୁରୁଷ ଏବଂ ନଅ ଜଣ ମହିଳା ବକ୍ସର ଅଂଶଗ୍ରହଣ କରିବେ। ବିଶ୍ୱ ବକ୍ସିଂ କପ୍ ଫାଇନାଲରେ ୪୮ କିଲୋଗ୍ରାମ ଚାମ୍ପିଅନ ମୀନାକ୍ଷୀ ୫୧ କିଲୋଗ୍ରାମ ବର୍ଗରେ ଇଟାଲୀର ମାର୍ଟିନା ଭାସାଲୋଙ୍କ ବିପକ୍ଷରେ ତାଙ୍କର ଅଭିଯାନ ଆରମ୍ଭ କରିବେ।

ମହିଳା ବର୍ଗରେ ପୁନମ୍‌, ପ୍ରାଚୀ, ସନେହ, ଗିତିମୋନି ଗୋଗୋଇ, ନୈନା ଏବଂ ଅଲଫିଆ ପଠାନ ବିଭିନ୍ନ ଓଜନ ବର୍ଗରେ ଭାରତର ପ୍ରତିନିଧିତ୍ୱ କରିବେ । ଅନ୍ୟପଟେ ଥୋକଚୋମ୍ ଏସ୍‌. ଚାନୁଙ୍କୁ ପ୍ରଥମ ରାଉଣ୍ଡରେ ବାଏ ମିଳିଛି । ଫଳରେ ସେ ପ୍ରଥମ ରାଉଣ୍ଡରେ ନ ଖେଳି ସିଧାସଳଖ ପରବର୍ତ୍ତୀ ରାଉଣ୍ଡରେ ମୁକାବିଲା କରିବେ । ପୁରୁଷ ବର୍ଗରେ ଋଷି ସିଂହ, ନିଖିଲ, ଅନମୋଲ, ମାଲସାୱମ୍‌ଲୁଆଙ୍ଗା, ଜୁଗ୍‌ନୁ, ସାୱନ ଗିଲ୍‌, ହର୍ଷ ଚୌଧୁରୀ ଏବଂ ଆକାଶ ଭାରତ ପାଇଁ ରିଙ୍ଗକୁ ଓହ୍ଲାଇବେ । ହର୍ଷ ଚୌଧୁରୀ ସିଧାସଳଖ ସେମିଫାଇନାଲ୍‌ରେ ଖେଳିବାକୁ ଥିବାବେଳେ ଆକାଶଙ୍କୁ ପରବର୍ତ୍ତୀ ରାଉଣ୍ଡ ପାଇଁ ବାଏ ମିଳିଛି । ବିଭିନ୍ନ ଓଜନ ବର୍ଗରେ ଭାରତୀୟ ଖେଳାଳିମାନେ କିଭଳି ପ୍ରଦର୍ଶନ କରୁଛନ୍ତି, ତାହା ଭାରତର ପଦକ ସଂଖ୍ୟା ନିର୍ଦ୍ଧାରଣ କରିବ । ତେବେ ବିଶ୍ୱ ବକ୍ସିଂ କପ୍‌ ଫାଇନାଲ୍ସରେ ଭାରତ କେତୋଟି ସ୍ୱର୍ଣ୍ଣ ପଦକ ହାସଲ କରୁଛି, ତାହା ଦେଖିବାକୁ ବାକି ରହିଲା ।

Related posts

ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସ: ଭାରତର ୧୭ ଜଣିଆ ଦଳ ଘୋଷଣା

Odisha Sports Bureau

ୟୁଥ୍ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ

Odisha Sports Bureau

ଅଡୁଆରେ ଭାରତୀୟ ବକ୍ସିଂ ତାରକା ତଥା ଅଲିମ୍ପିକ୍ ପଦକ ବିଜେତା ମେରି କମ୍

Odisha Sports Bureau