Cricket

ବର୍ଷା ପରେ ପଡିଲା ଐତିହାସିକ ଟସ

ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ଖୁବଶୀଘ୍ର ଆରମ୍ଭ ହେବ ବିଶ୍ୱର ଐତିହାସିକ ଟେଷ୍ଟ ମ୍ୟାଚ । ପଡ଼ିଲା ଐତିହାସିକ ଟସ । ତେବେ ଏହି ଟସ ନ୍ୟୁଜିଲାଣ୍ଡ ସପକ୍ଷରେ ପଡିଛି ଏବଂ ଅଧିନାୟକ କେନ ୱିଲିଆମସନ ଟସ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଗତକାଲି ଏହି ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ବର୍ଷା ଯୋଗୁଁ ଏହା ବାଧାପ୍ରାପ୍ତ ହୋଇ ଆରମ୍ଭ ହୋଇପାରିନଥିଲା । ତେବେ ଆଜି ପାଗ ଭଲ ରହିବାରୁ ଟସ ପଡି ସାରିଛି ଏବଂ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଛନ୍ତି । ତେଣୁ ଖୁବଶୀଘ୍ର ବିଶ୍ୱର ସର୍ବଶ୍ରେଷ୍ଠ ଦେଶଦ୍ୱୟ ଟେଷ୍ଟ ଗଦା ପାଇଁ ମଇଦାକୁ ଓହ୍ଲାଇବେ । ପ୍ରଥମ ଦିନ ବାତିଲ ହେବା ପରେ ମ୍ୟାଚ ଦ୍ୱିତୀୟ ଦିନରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ଗତକାଲି ଭାରତ ମ୍ୟାଚ ପାଇଁ ଚୁଡାନ୍ତ ଏକାଦଶ ଘୋଷଣା କରିଥିବା ବେଳେ ଆଜି ନ୍ୟୁଜିଲାଣ୍ଡ ଦଳ ଏହାର ଚୁଡାନ୍ତ ଏକାଦଶ ଘୋଷଣା କରିଛି ।
ନ୍ୟୁଜିଲାଣ୍ଡ ଦଳ : ଟମ ଲାଥମ, କେନ ୱିଲିୟମସନ, ରସ ଟେଲର, ହେନେରୀ ନିକୋଲସ, ବି.ଜେ ୱାଟଲିଙ୍ଗ, କୋଲିନ ଡି ଗ୍ରାଣ୍ଡହୋମ, କେ ଜାମିସନ, ଟିମ ସାଉଦି, ଏନ ୱାଗନର, ଏବଂ ଟ୍ରେଣ୍ଟ ବୋଲ୍ଟ ।
ଭାରତ ଦଳ : ରୋହିତ ଶର୍ମା, ଶୁଭମନ ଗିଲ, ବରାଟ କୋହଲୀ, ଚେତେଶ୍ୱର ପୁଜାରା, ଅଜିଙ୍କ୍ୟା ରାହାଣେ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ଜଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା ଏବଂ ମହମ୍ମଦ ସାମୀ ।

Related posts

ବିରାଟ କୋହଲି ହେଲେ ଆଇସିସି ODI କ୍ରିକେଟର ଅଫ୍ ଦି ଇୟର; ବିଶ୍ୱକପରେ କରିଥିଲେ ଧମାଲ

Odisha Sports Bureau

ବିଶ୍ୱକପରୁ ବାଦ ପଡିଛି ନାମ୍ବିଆ ଓ ଓମାନ ଟିମ

ଏପ୍ରିଲ ୧ରୁ ଆଇପିଏଲ

Odisha Sports Bureau

Leave a Comment