More Sports

କୋରୋନାରେ ଚାଲିଗଲେ ଫ୍ଲାଇଙ୍ଗ ଶିଖ

ଚଣ୍ଡିଗଡ଼(ଓଡିଶା ସ୍ପୋର୍ଟର୍ସ): କୋରୋନା ମହାମାରୀର ଭୟାନକ ଯୁଦ୍ଧରେ ହାରି ଯାଇଛନ୍ତି ୧୯୫୮ କମନୱେଲ୍ଥ ଗେମ୍ସ ଚମ୍ପିଅନ ତଥା ଅଲିମ୍ପିଆନ ମିଲଖା ସିଂହ । ୯୧ ବର୍ଷ ବୟସରେ ସେ କୋରୋନାରେ ପ୍ରାଣ ହରାଇଛନ୍ତି । ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିବା ସୂଚନା ଦେଇଛନ୍ତି ତାଙ୍କ ପରିବାର ଲୋକେ । ତାଙ୍କ ବିୟୋଗରେ ସାରା କ୍ରରଡ଼ା ଜଗତରେ ଖେଳିଯାଇଛି ଶୋକର ଛାୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ବହୁ ପ୍ରତିଷ୍ଠିତ ବ୍ୟକ୍ତି ମିଲଖାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।
ମିଲଖାଙ୍କ ଦେହାନ୍ତ କ୍ରୀଡ଼ା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଟୁଇଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱତନ୍ତ୍ର ପ୍ରତିଭା ଏବଂ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ପାଇଁ ସାରା ଦେଶବାସୀଙ୍କ ପ୍ରିୟଭାଜନ ହୋଇ ପାରିଥିଲେ ବୋଲି ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି ।

Related posts

ଭାରତ ପାଇଁ ନୀରଜ ଆଣିବେ ସ୍ୱର୍ଣ୍ଣ !!!

Odisha Sports Bureau

ଏସିଆନ ରେସଲିଂରେ ଗୋଲ୍ଡ ଜିତିଲେ ବଜରଙ୍ଗ

Odisha Sports Bureau

ସୁଟର ରବି କୁମାର ଏବଂ ବକ୍ସର ସୁମିତଙ୍କ ଉପରେ ୱାଡାର ପ୍ରତିବନ୍ଧକ

Odisha Sports Bureau