Cricket

ବିମାନରେ ଧୋନିଙ୍କୁ ଦେଲେ ଚକଲେଟ

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି ରିଟାୟର୍ଡମେଣ୍ଟ ପରେ ସମୟ ଅତିବାହିତ କରିବା ପାଇଁ ଫାର୍ମ ହାଉସ ଯାଇଥାନ୍ତି । ଧୋନି ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଆଇପିଏଲରେ ଖେଳୁଛନ୍ତି । ଧୋନିଙ୍କ ଅଧିନାୟକତ୍ବରେ ଚେନ୍ନାଇ ସୁପରକିଙ୍ଗସ ଆଇପିଏଲ୍‌ ୨୦୨୩ ଟାଇଟଲ ଜିତିଛି । ଧୋନିଙ୍କ ଖେଳିବାର ଷ୍ଟାଇଲ ଏବଂ କୁଲ ଅନ୍ଦାଜ ପାଇଁ ସବୁବେଳେ ଫ୍ୟାନ୍ସ ତାଙ୍କୁ ପସନ୍ଦ କରନ୍ତି । କେବଳ ମ୍ୟାଚ୍‌ ନୁହେଁ ଅନ୍ୟ ସମୟରେ ମଧ୍ୟ ଚର୍ଚ୍ଚାକୁ ଆସିଥାନ୍ତି ଧୋନି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭାଇରାଲ ଭିଡିଓରେ ଧୋନି ବିମାନ ଭିତରେ ଗେମ୍ ଖେଳୁଥିବା ଦେଖିବାକୁ ମିଳିଛନ୍ତି । ଧୋନି ବିମାନ ଭିତରେ କ୍ୟାଣ୍ଡି କ୍ରସ ଖେଳୁଥିବାର ଦେଖିବାକୁ ମିଳିଛନ୍ତି ।

ଭିଡିଓରେ ଦେଖିବାକ ମିଳିଛି, ଧୋନି ବିମାନରେ ଯାତ୍ରା କରୁଥିବା ସମୟରେ ଜଣେ ଏୟାରହଷ୍ଟେସ ତାଙ୍କୁ ଚକଲେଟ ଭର୍ତ୍ତି ଥିବା ଟ୍ରେ ଦେଖାଇଛନ୍ତି । ଆଉ ଧୋନି ତା’ ମଧ୍ୟରୁ ଗୋଟିଏ ମାତ୍ର ଚକୋଲେଟ ଉଠାଇଛନ୍ତି ଧୋନି ଆଉ ଏୟାରହଷ୍ଟେସଙ୍କୁ ଦେଖି ହସିଦେଉଛନ୍ତି ।

ଭିଡିଓରେ ଦେଖିବାକ ମିଳିଛି, ଧୋନି ବିମାନରେ ଯାତ୍ରା କରୁଥିବା ସମୟରେ ଜଣେ ଏୟାରହଷ୍ଟେସ ତାଙ୍କୁ ଚକୋଲେଟ ଭର୍ତ୍ତି ଥିବା ଟ୍ରେ ଦେଖାଇଛନ୍ତି । ଆଉ ଧୋନି ତା’ ମଧ୍ୟରୁ ଗୋଟିଏ ମାତ୍ର ଚକୋଲେଟ ଉଠାଇଛନ୍ତି ଧୋନି ଆଉ ଏୟାରହଷ୍ଟେସଙ୍କୁ ଦେଖି ହସିଦେଉଛନ୍ତି । ଏହି ସମୟରେ ଧୋନି ନିଜ ଟ୍ୟାବ୍ ରେ  Candy Crush ଖେଳୁଥିଲେ । ଭିଡିଓଟି ଟ୍ବିଟରରେ ସେୟାର ହେବା ପରେ ଏହାକୁ ୧୫୦୦ରୁ ଅଧିକ ଲାଇକ ମିଳିସାରିଛି । ଆଉ ଭିଡିଓକୁ ଅନେକ ଫ୍ୟାନ୍ସ କମେଣ୍ଟ ମଧ୍ୟ କରିଛନ୍ତି ।

ମାହି Candy Crush ଖେଳୁଥିବାର ଦେଖି ଫ୍ୟାନ୍ସ ସୋସିଆଲ ମିଡିଆରେ ଆଲୋଚନା କରିଥିଲେ । ପରେ ଟ୍ବିଟରରେ  Candy Crush ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା । କିଛି ୟୁଜର୍ସଧୋନି ଖେଳୁଥିବା ଖେଳ Candy Crush ନୁହେଁ ବରଂ Pet Rescue Saga।

Candy Crush ଟପ୍ ଟ୍ରେଣ୍ଡ ହେବା ପରେ ମୋବାଇଲ୍ ଆପ୍ ପ୍ରାୟ ୩୦ ଲକ୍ଷ ନୂଆ ୟୁଜର୍ ଯୋଡିଥିଲା । ଗେମ୍‌ କମ୍ପାନୀ ଦାବି କରିଛି ଯେ, ମାତ୍ର ୩ ଘଣ୍ଟା ମଧ୍ୟରେ ୩୦ ଲକ୍ଷରୁ ଅଧିକ ଲୋକ ଏହି ଆପ୍ ଡାଉନଲୋଡ୍ କରିଛନ୍ତି । ଖେଳର ଟ୍ରେଣ୍ଡ ପାଇଁ Candy Crush  ମାଲିକ ଧୋନିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

Related posts

ବର୍ଷା ହେଲେ ବି ଓଦା ହେବନି ବାରବାଟୀ ପଡିଆ

‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩’: ଟସ୍‌ ଜିତି ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ

Odisha Sports Bureau

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ବାତିଲ

Odisha Sports Bureau

Leave a Comment