ସାର୍ଜା: ଏସିଆ କପ୍ ତୃତୀୟ ପର୍ୟ୍ୟାୟ ପ୍ରତିଯୋଗିତାରେ ୯ ପଦକ ହାସଲ କରିଛନ୍ତି । ଭାରତୀୟ କନିଷ୍ଠ ତୀରନ୍ଦାଜମାନେ ୯ଟି ପଦକ ହାସଲ କରିଥିବା ବେଳେ ସେଥିରେ ୫ ସ୍ବର୍ଣ୍ଣ ସହିତ ୩ ରୌପ୍ୟ ଓ ୧ କାଂସ୍ୟ ସାମିଲ ରହିଛି। ସବୁଠୁ ଅଧିକ ପଦକ କମ୍ପାଉଣ୍ଟ ବର୍ଗରୁ ମିଳିଛି । ଏହି ବର୍ଗରେ ମୋଟ ୮ ପଦକ ମଧ୍ୟରୁ ଭାରତ ୭ ପଦକ ନେଇଯାଇଛି । ବିଶେଷକରି ବ୍ୟକ୍ତିଗତ ମହିଳା ବର୍ଗରେ ଭାରତ କ୍ଲିନ୍ ସୁଇପ୍ କରିଛି । ପ୍ରଣିତ କୌର ପ୍ରଗତି, ଅଦିତି ସ୍ବାମୀ ଓ ଏହି ବର୍ଗରେ ଶୀର୍ଷ ୩ ସ୍ଥାନ ମାଡ଼ି ବସିଛନ୍ତି । ଓଜାସ୍ ଦିଓତାଲେ ଓ କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ପ୍ରିୟାଂଶ ମଧ୍ୟ ସ୍ବର୍ଣ୍ଣ ଓ ରୌପ୍ୟ ଅର୍ଜନ କରିଛନ୍ତି । ଭାରତୀୟ କମ୍ପାଉଣ୍ଡ ତୀରନ୍ଦାଜମାନେ ଉଭୟ ପୁରୁଷ ଓ ମହିଳା ଦଳଗତ ବର୍ଗରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। ଉଭୟ ଦଳ ସ୍ବର୍ଣ୍ଣ ମୁକାବିଲାରେ କୋରିଆକୁ ପରାସ୍ତ କରିଥିଲେ। ସେହିପରି ରିକର୍ଭ ବର୍ଗରେ ଭାରତ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ହାସଲ କରିଛି।