Uncategorized

ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌

କଟକ:- ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ (ଓପିଟିଏଲ୍‌) । ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ଓ ଆରିଭା ସ୍ପୋର୍ଟସ୍ ମିଳିତ ଆନୁକୂଲ୍ୟରେ ଏହି ଫ୍ରାଂଚାଇଜ ଭିତିକ ଲିଗ ସେପ୍ଟେମ୍ବର ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବ ଯାହା ଦିବାରାତ୍ର ମ୍ୟାଚ୍‌ ଆକାରରେ ଖେଳାଯିବ । କଟକ ବାରବାଟୀ ଷ୍ଟାଡିୟମ୍‌ରେ ୬ଟି ଦଳକୁ ନେଇ ଖେଳାଯିବ ଯେଉଁଥିରେ କେବଳ ଓଡିଆ ଖେଳାଳି ସାମିଲ ହେବେ । ସେପ୍ଟେମ୍ବର ୭ରୁ ୧୩ ପର୍ଯ୍ୟନ୍ତ ଓସିଏ ୱେବସାଇଟରେ ଏଥିନେଇ ଖେଳାଳିମାନେ ଆବେଦନ କରିପାରିବେ । ଓପିଟିଏଲ୍‌ ଉଦୀୟମାନ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ହେବ । ଓସିଏ ସଚିବ ସଞ୍ଜୟ ବେହେରା କହିଛନ୍ତି, “ଏହି ଲିଗ୍‌ ଓଡ଼ିଶାରେ କ୍ରିକେଟ୍‌ରେ ପରିବର୍ତ୍ତନଶୀଳ ପଦକ୍ଷେପ ଅଟେ । ଏହା ଭାରତୀୟ ଘରୋଇ କ୍ରିକେଟ୍‌ରେ ପ୍ରମୁଖ ଶକ୍ତି ହେବ।”

ତେବେ ଓଡିଶା ପ୍ରୋ ଟି୨୦ ଲିଗ୍‌ କ୍ରିକେଟ ପାଇଁ ଓସିଏ ବ୍ରାଣ୍ଡ ଆମ୍ବାସଡରଙ୍କ ନାମ ଘୋଷଣା କରିଛି । ରବିବାର ଅଷ୍ଟ୍ରେଲିଆର ପୂର୍ବତନ ମହାନ ପେସ ବୋଲର ବ୍ରେଟ ଲୀ ଏବଂ ଓଡିଶା ତଥା ଭାରତର ପୂର୍ବତନ ବୋଲର ଦେବାଶିଷ ମହାନ୍ତି ଏହି ଲିଗ୍‌ର ବ୍ରାଣ୍ଡ ଆମ୍ବାସଡର ହେବେ ବୋଲି ଓସିଏ ପକ୍ଷରୁ ଘୋଷଣା କରାଯାଇଛି ।

Related posts

ଅର୍ଦ୍ଧ ଶତକ ହାସଲ କରି ସ୍ଥିତି ସୁଦୃଢ଼ ରଖିଛନ୍ତି ଶାନ୍ତୋ ଓ ହସନ୍

Odisha Sports Bureau

୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ

Odisha Sports Bureau

୧୬ରେ ଏସ୍ଏସ୍ଆଇ ସ୍ପୋଟ୍ସ ସାଇନ୍ସ ସମ୍ମିଳନୀ ;ଯୋଗଦେବେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ

Odisha Sports Bureau