Uncategorized

ସେପଟେ ସୁନ୍ଦରଗଡରେ ନାହାନ୍ତି ମହିଳା କୋଚ୍

ରାଜ୍ୟରେ କ୍ରୀଡ଼ାକୁ ବେସ ଅଧିକ ଗୁରୁତ୍ୱ ଦିଆଯାଉଛି । ଖାସ କରି ମହିଳା ଖେଳାଳି ମାନଙ୍କୁ ମଧ୍ୟ ସରକାର ଅନେକ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ କ୍ରୀଡ଼ା ବିଭାଗର କିଛି ଅଧିକାରୀ ମାନଙ୍କ ପାଇଁ ଆଜି କ୍ରୀଡ଼ା ବ୍ୟବସ୍ଥା ମାଟିକାମୁଡିବାକୁ ବସିଲାଣି । ଗୋଟିଏ ପଟେ ରାଜ୍ୟରେ ମହିଳା କୋଚ ଆଭାବ ଓ ଅନ୍ୟପଟେ ବର୍ଷ ବର୍ଷ ଧରି ଭୁବନେଶ୍ୱର ହଷ୍ଟେଲରେ ଗାଦି ମାଡ଼ି ବସିଛନ୍ତି ଜଣେ ମହିଳା କୋଚ । ନିୟମ ରହିଛି ୩ ବର୍ଷରେ ଥରେ କୋଚ୍ ମାନଙ୍କୁ ବଦଳି କରାଯିବା କଥା । କିନ୍ତୁ ମ୍ୟାଡାମ ଜଣକ ଏଠି ୧୨ ରୁ ୧୩ ବର୍ଷ ହେଲା ଅଛନ୍ତି । କିନ୍ତୁ ଏହା କେମିତି ସମ୍ଭବ । କାହା ସିଫାରିଶ ନା କାହାର ଚାପ ଫଳରେ ସେ ଏଠାରେ ଦିର୍ଘ ବର୍ଷ ହେଲା ରହିଛନ୍ତି ? କୁହାଯାଉଛି କେହି ଜଣେ ପଣ୍ଡା ବାବୁ ତାଙ୍କୁ ସୁରକ୍ଷା ଦେଉଛନ୍ତି ଯାହାଙ୍କ ପାଇଁ ସେ ବିନା ଟେନ୍ସନ୍ ରେ ଏଠାରେ କାର୍ଯ୍ୟରତ । ସେପଟେ ସୁନ୍ଦରଗଡରେ ମହିଳା ସ୍ପୋର୍ଟସ ହଷ୍ଟେଲରେ ନାହାନ୍ତି ମହିଳା କୋଚ୍ । ସେଠାରେ ଜଣେ ପୁରୁଶ କୋଚ୍ଙ୍କୁ ନିଯୁକ୍ତି ମିଳିଛି । ଫଳରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି । କାରଣ ମହିଳା ଖେଳାଳିମାନଙ୍କର ଅନେକ ସମୟରେ ଅଭ୍ୟାସ ବେଳେ ନାନା ଶାରୀରିକ ସମସ୍ୟା ଉପୁଜି ଥାଏ ଯାହାକୁ ଜଣେ ମାହିଳା କୋଚ ହିଁ ବୁଝି ଥାନ୍ତି । କିନ୍ତୁ ଭୁବନେଶ୍ୱରରେ ଏହି ମହିଳା କୋଚ୍ ଜଣକ ଦୀର୍ଘ ଦିନ ହେବ ଥିଲେ ମଧ୍ୟ କାହିଁକି ତାଙ୍କୁ ସୁନ୍ଦରଗଡକୁ ନ ପଠାଯାଇ ଏଠାରେ ରଖାଯାଇଛି ବୋଲି ବୁଦ୍ଧିଜୀବି ମାନେ ପ୍ରଶ୍ନ କଲେଣି । କ୍ରୀଡା ବିଭାଗରେ ଏଭଳି ମନମାନୀ କାର୍ଯ୍ୟକୁ ମଧ୍ୟ ବେସ ନିନ୍ଦା କଲେଣି କ୍ରୀଡାବିତ୍ ମାନେ । ଯେଉଁ ଦୀଗ ଉପରେ ଆମେ ଗୁରୁତ୍ୱ ଦେଉଛୁ ତାହା ହେଲା କ୍ରୀଡା ବିଭାଗରେ ଅଦୃଶ୍ୟ ଚାପ । ସମସ୍ତେ ଚାହାନ୍ତି ଭୁବନେଶ୍ୱର ଭଳି ଏକ ସହରରେ ରହି ଚାକିରୀ କରିବା ପାଇଁ କିନ୍ତୁ ତା ଅର୍ଥ ନୁହେଁ ବର୍ଷ ବର୍ଷ ଧରି ଜଣକୁ ସେହି ଯାଗାରେ ରଖାଯିବ ଓ ଅନ୍ୟ ଜିଲ୍ଲାରେ ଖେଳାଳି ମାନେ ଉପଯୁକ୍ତ ତାଲିମ ପାଇବାରୁ ବଞ୍ଚିତ ହେଉଥିବେ । ଯେଉଁ ମାନେ ଡେପୁଟେସନରେ ଆସୁଛନ୍ତି ସେମାନକରୁଛନ୍ତି କଣ ? କେବଳ ଡେପୁଟେସନ ବାହାନାରେ ନିଜର ମନମାନୀ ଚଳାଉଛନ୍ତି ମହିଳା କୋଚ ମାନେ । ତେଣୁ ଦାବୀ ଉଠିଛି ଯେଉଁ କୋଚ ମାନଙ୍କୁ ନିଯୁକ୍ତି ଦିଆଯାଉଛି ସେମାନଙ୍କ ସହ ନିଯୁକ୍ତି ପୂର୍ବରୁ ଏକ ଚୁକ୍ତି ହେବା ଆବଶ୍ୟକ । ଯେଉଁ ଚୁକ୍ତିରେ ପୋଷ୍ଟିଂ ସହ କିଛି ନିର୍ଦ୍ଧିଷ୍ଟ ନିୟମାବଳୀକୁ ସ୍ଥାନିତ କରାଯିବ । ନିଯୁକ୍ତି ସମୟରେ ଏହି ଚୁକ୍ତିନାମା ଅନୁଶାରେ ନିୟମ ମାନି କାର୍ଯ୍ୟ କରିବାକୁ ହେବ । ଫଳରେ ଖେଳାଳି ମାନଙ୍କ ପାଇଁ ଏହା ଏକ ଭଲ ପଦକ୍ଷପ ହେବା ସହିତ ରାଜ୍ୟରେ ଖେଳ ଓ ଖେଳାଳିଙ୍କୁ ଉଚିତ ନ୍ୟାୟ ମିଳି ପାରିବ ବୋଲି ଆଶା କରାଯାଉଛି । କ୍ରୀଡା ବିଭାଗ ଓ ସରକାର ଏବେ ଏଥିପ୍ରତି ଧ୍ୟାନ ଦେବା ସହିତ ତୁରନ୍ତ ଏହି ସମସ୍ୟାର ସମାଧାନ କରି ଭୁବନେଶ୍ୱରରେ ଦୀର୍ଘ ବର୍ଷ ହେଲା ଗାଦି ମାଡି ବସିଥିବା ମହିଳା କୋଚଙ୍କୁ ସୁନ୍ଦରଗଡକୁ ବଦଳି କରିବାକୁ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଛି । ଦେଖିବାକୁ ବାକି ରହିଲା କେବେ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବିଭାଗ ?

 

Related posts

ଲୁସାନେ ଡାଇମଣ୍ଡ ଲିଗରେ ପୁଣି ଥରେ କମାଲ କରିଛନ୍ତ ନୀରଜ ଚୋପ୍ରା

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି ଚାଇନା

Odisha Sports Bureau

ବାଳିକା ନୌଚାଳନାରେ ଭାରତର ନେହା ଠାକୁର ରୌପ୍ୟ ପଦକ ହାସଲ କରିଛନ୍ତି

Odisha Sports Bureau