Cricket

BCCI ନୂଆ ସଚିବ ହେଲେ ଦେବଜୀତ ସାଇକିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ନୂଆ ସଚିବ ହେଲେ ଦେବଜୀତ ସାଇକିଆ। ଜୟ ଶାହ ଇଣ୍ଟରନାସନାଲ କ୍ରିକେଟ କାଉନସିଲ (ICC)ର ଚେୟାରମ୍ୟାନ ହେବା ପରଠାରୁ ଏହି ପଦ ଖାଲି ପଡ଼ିଥିଲା। ଜୟ ଶାହ ଦୀର୍ଘ ୫ ବର୍ଷ ଧରି ଏହି ପଦରେ ରହିଥିଲେ। ଅବଶ୍ୟ ଦେବଜୀତ ସାଇକିଆ କାର୍ଯ୍ୟବାହୀ ସଚିବ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବୋର୍ଡରେ ଜଏଣ୍ଟ ସେକ୍ରେଟାରୀ ପଦରେ ରହିଛନ୍ତି। ଜୟ ଶାହ ଆଇସିସିର ଚେୟାରମ୍ୟାନ ନିଯୁକ୍ତ ହେବା ପରେ ବିସିସିଆଇ ସଚିବ ପଦ ଛାଡ଼ିଥିଲେ। ଏହା ପରେ ବିସିସିଆଇ ଅଧ୍ୟକ୍ଷ ରଜର ବିନ୍ନୀ ନିଜ ସୈବଧାନିକ ଶକ୍ତିର ବ୍ୟବହାର କରି ସଚିବ ପଦରେ ଦେବଜୀତ ସାଇକିଆଙ୍କ ନିଯୁକ୍ତି କରିଛନ୍ତି।

 

 

 

Related posts

ଟି-୨୦ ସିରିଜର ନେତୃତ୍ୱ ନେବେ ସ୍ମୃତି ମନ୍ଧାନା

Odisha Sports Bureau

ସୁପର୍ ଫାଷ୍ଟ୍ ଷ୍ଟମ୍ପିଙ୍ଗ୍ ପାଇଁ ଚର୍ଚ୍ଚାରେ କ୍ୟାପଟେନ୍ କୁଲ୍

ଡବ୍ଲ୍ୟୁଟିସି ଫାଇନାଲରେ ଦଳରେ ସ୍ଥାନ ନ ମିଳିବାକୁ ନେଇ ମୁହଁ ଖୋଲିଲେ ଅଶ୍ୱିନ

Odisha Sports Bureau

Leave a Comment