Cricket

ଆଜି ମୁହାଁ ମୁହିଁ ହେବେ ପଞ୍ଜାବ କିଙ୍ଗିସ ଏବଂ ରାୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଧର୍ମଶାଳା: ଆଇପିଏଲ ୨୦୨୪ର ଆଜି ଖେଳା ଯିବ ୫୮ ତମ ମ୍ୟାଚ । ଏହି ଟୁର୍ଣ୍ଣାମେଣ୍ଟଟି ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ବେଳେ ପଞ୍ଜାବ କିଙ୍ଗିସ ଏବଂ ରାୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ହେବ କଡା ଟକ୍କର । ତେବେ ଆଜି ରାତି ୭ଟା ବଜି ୩୦ ମିନିଟ୍ରେ ଖେଳା ଜିବାକୁ ଥିବା ମୁକାମିଲାରେ ଜିଏ ଜିତିବ ସିଏ ପ୍ଲେ – ଅପ ରେସରେ ସେ ନିଜକୁ ସାମିଲ କରିପାରିବ । ତେଣୁ ଏହି ମ୍ୟାଚଟି ଜବରଦସ୍ତ ହେବ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ପଞ୍ଜାବ କିଙ୍ଗସ୍ ୧୧ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୪ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାସ୍ତ ହୋଇଛି । ଦଳରେ ଅନେ ଷ୍ଟାର ଖେଳାଳି ରହିଥିଲେ ମଧ୍ୟ ଚଳିତ ଟୁର୍ଣ୍ଣା ମେଣ୍ଟରେ ଟିମ୍ ଆଖିଦୃଶିଆ ପ୍ରଦର୍ଶନ କରିପାରିନାହିଁ । ଏପରିକି ଦଳ ଅଙ୍କ ତାଲିକାର ୮ମ ସ୍ଥାନରେ ରହିଛିହି । ତେଣୁ ଦଳକୁପ୍ଲେ-ଅପ୍ ରେସରେ ନିଜକୁ ରଖିବାକୁ ହେଲେ, ଆଜିର ମ୍ୟାଚରେ ଜିତିବା ଆବଶ୍ୟକ ରହିଛି । ଦଳର ବ୍ୟାଟିଂ ଲା ଇନ୍ ଅପ୍ ଜବରଦସ୍ତ ଥିଲେ ମଧ୍ୟ ବୋଲିଂ ଲାଇନ୍ ଅପ୍ ଦୁର୍ବଳ ରହିଛି । ତେଣୁ ଦେଖାଯାଉ ଆଜିର ମ୍ୟାଚ ରେ କିପରି ହେଉଛି ଲଢେଇ । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦଳ ଟୁର୍ଣ୍ଣା ମେଣ୍ଟ ଆରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିନଥିଲା । ହେଲେ ଶେଷ ଆଡକୁ ଲଗାତର ତିନୋଟି ମ୍ୟାଚ୍ ଜିତି ନିଜକୁ ପ୍ଲେ-ଅପ୍ ରେସ୍ ରେ ସାମିଲ ହେବାକୁ ଲକ୍ଷ ରଖିଛି । ତେଣୁ ପ୍ଲେ-ଅପ୍ ରେସ୍ ପୂର୍ବ ରୁ ଟିମ ରେ ସମସ୍ତ ଫର୍ମକୁ ର୍ମ ଫେରିବା । ବାଙ୍ଗାଲୋର ଟିମ ରେ ମାକ୍ସଓ୍ୱେଲ୍, କୋହଲି, ଡୁପ୍ଲେସିସ୍ ପରି ଦୁରଦ୍ଧର ବୋଲର ରହିଛନ୍ତି । ଯାହାକି ବିରୋଧୀ ବୋଲରଙ୍କ ଲାଇନ୍ ଲେନ୍ଥ ବିଗାଡିବାରେ ମାହିର । ତେବେ ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୪ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାଜୟର ସାମ୍ନା କରିବାକୁପଡିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲରେ ୭ମ ସ୍ଥାନରେ ରହିଛି।
ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍ର ଟପ୍ରେପ୍ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍ର ଟପ୍ରେପ୍ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେଥି ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍ । ଦଳ ଏବେ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ଦଳ ପାଖରେ ରହିଛି ୧୪ ପଏଣ୍ଟ । ଏହାପରେ ୪ର୍ଥ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ଏବେ ସୁଦ୍ଧା ୧୧ଟି ମୁକା ବିଲା ଖେଳିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି ।

Related posts

ଇଂଲଣ୍ଡର ଶୋଏବ ବଶିରଙ୍କୁ ‘ପାକିସ୍ତାନୀ’ ହେବା ଭାରି ପଡିଲା?

Odisha Sports Bureau

ଭାରତୀୟ ଅଧିନାୟକ ରେକର୍ଡ଼ ଭାଙ୍ଗିପାରନ୍ତି

Odisha Sports Bureau

ବାରବାଟୀକୁ ଫେରିବ ଆନ୍ତର୍ଜାତିକ ଦିନିକିଆ, ଦିନିକିଆ ବିଶ୍ବକପ୍‌ ଆୟୋଜନରୁ ବଞ୍ଚିତ ଥିବା ସଂଘଗୁଡିର କ୍ଷତି ଭରଣା କରିବ BCCI

Leave a Comment