Hockey

ଭାରତୀୟ ଦଳରେ ଓଡ଼ିଆ ପୁଅ ଅମିତ

ବେଲ୍‌ଜିୟମ ଓ ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ଲାଗି ଗୁରୁବାର ୨୪ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷିତ ହୋଇଛି। ହର୍ମନପ୍ରୀତ ସିଂହ ନେତୃତ୍ବରେ ଘୋଷିତ ‌ଏହି ଦଳରେ ଓଡ଼ିଶାରୁ କେବଳ ଡିଫେଣ୍ଡର ଅମିତ ରୋହିଦାସ ସାମିଲ ହୋଇଛନ୍ତି। ହାର୍ଦିକ ସିଂହ ଦଳର ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ବେଲ୍‌ଜିୟମ୍‌ର ଅନ୍ତ୍ବର୍ପରେ ‌ଚଳିତ ମାସ ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ବେଲ୍‌ଜିୟମ ଓ ଆର୍ଜେଣ୍ଟିନା ସହ ୨ ଲେଖାଏଁ ମ୍ୟାଚ୍‌ ଖେଳିବ। ଏହାପରେ ଦଳ ଲଣ୍ଡନ ଗସ୍ତ କରି ସେଠାରେ ଜୁନ୍‌ ୧ରୁ ୧୨ ତାରିଖ ଭିତରେ ଗ୍ରେଟ୍‌ ବ୍ରିଟେନ୍‌ ଓ ଜର୍ମାନି ସହ ଖେଳିବ। ଭାରତ ଏହି ଗସ୍ତରେ ୨୨ ତାରିଖରେ ଆର୍ଜେଣ୍ଟିନା ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଭାରତ ସଂପ୍ରତି ଏହି ଲିଗ୍‌ରେ ୮ ମ୍ୟାଚ୍‌ ଖେଳି ୧୫ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହିଛି।

Related posts

ୟୁନିଟ-୧ ମାର୍କେଟରେ ପ୍ରଦର୍ଶିତ ହେଲା ହକି ବିଶ୍ୱକପ ଟ୍ରଫିର ୮ ଫୁଟ୍ର ପ୍ରତିକୃତି

Odisha Sports Bureau

ଆରମ୍ଭ ହେଲା ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ, ଉଦ୍ଦଘାଟନ କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ସ୍ପୋର୍ଟ୍ ଆଇଟି ୨୦୨୨: କ୍ରୀଡ଼ା କ୍ଷେତ୍ରରେ ଧାରଣା, ଜ୍ଞାନ ଏବଂ ନୂତନତ୍ୱର ସମ୍ମିଶ୍ରଣ

Odisha Sports Bureau