Hockey

୧୬ ବର୍ଷ ପରେ ଚେନ୍ନାଇରେ ଖେଳାଯିବ ହକି

ଚେନ୍ନାଇ: ୧୬ ବର୍ଷ ପରେ ଚେନ୍ନାଇର ରେ ଖେଳାଯିବ ହକି । ଦୀର୍ଘ ୧୬ ବର୍ଷ ଅପେକ୍ଷାର ଅନ୍ତ ପରେ ପରୁଷ ହକି ଏସିଆ ଚମ୍ପିୟାନସିପ ଅଗଷ୍ଟ ଶେଷ ସପ୍ତାହରେ ମେୟର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ ଖେଳାଯିବ । ୨୦୦୭ରେ ହକିଏସିଆ ଚମ୍ପିୟାନସିପ ମେୟର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ ହୋଇଥିଲା ତା ପରେ ଆଉ ସେଠାରେ ହକି ଖେଳ ହୋଇନାହିଁ ।
ଏନେଇ ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ଅତୁଲ୍ୟ ମିଶ୍ର ଓ କ୍ରୀଡା ବିକାଶ ଅଧିକାରୀ ଜେ ମେଘନାଥ ରେଡୀ ମିଡିଆକୁ ସୁଚନା ଦେଇ କହିଛନ୍ତି ହକିଏସିଆ ଚମ୍ପିୟାନସିପ ପାଇଁ ହୋଇଥିବା ମିଟଙ୍ଗରେ ଯେଗ ଦେଇଥିଲେ । ତାମିଲ ନାଡୁର ସରକାରଙ୍କ ପକ୍ଷରୁ କୁହାଯାଇଛି ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ କିଛି ପରିବର୍ତ୍ତନ ହେବ । ଏବେ ତାମିଲନାଡୁ ସରକାର ଆଗକୁ କ୍ରୀଡାକୁ ଅଧିକ ଗୁରୁତ୍ୱ ଦେବେ । ସେଥିପାଇଁ ତାମିଲନାଡୁର ମଧୁରାଇ, ନୀଳଗିରି ଏବଂ ଚେନ୍ନାଇ ରେ ତିନୋଟି ସ୍ପେର୍ଡ୍ସ ସେଣ୍ଟର ହେବ । ଯାହାଦ୍ୱାରା ପିଲାମାନଙ୍କୁ ଖେଳିବାରେ ସାହାଯ୍ୟ କରିପାରିବବେଲି ସରକାର କହିଛନ୍ତି । ଏହି ସ୍ପେର୍ଡ୍ସ ସେଣ୍ଟର କରିବାକୁ ତାମିଲନାଡୁ ସରକାରଙ୍କ ପ୍ରଧାନମନ୍ତ୍ରୀଙ୍କୁ ସାହାଜ୍ୟ ମାଗିଛନ୍ତି । ତାମିଲନାଡୁ ତାମିଲନାଡୁ ଚାମ୍ପିଅନ୍ସ ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି ମହେନ୍ଦ୍ର ସିଂ ଧୋନୀ ଏହାର ବ୍ରାଣ୍ଡ ଆମ୍ବାସଡର ରହିବ ।

Related posts

୨-୧ରେ ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ

Odisha Sports Bureau

ବୀରେନ୍ଦ୍ରଙ୍କୁ ମିଶାଇ ଓଡ଼ିଶା ପୁଲିସ୍‌ରେ ନିଯୁକ୍ତି ଦିଆଗଲାଣି ମୋଟ ୧୩୬ ଜଣ କ୍ରୀଡ଼ାବିତ୍‌

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସ ହକି ସେମିଫାଇନାଲରେ ଭାରତ

Odisha Sports Bureau