Hockey

୨-୧ରେ ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ

ନୂଆଦିଲ୍ଲୀ:  ଭାରତର ଦମଦାର ବିଜୟ । ପାକିସ୍ତାନକୁ ପରାସ୍ତ କଲା ହକି ଟିମ୍ । ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ । ଚୀନରେ ଚାଲିଥିବା ଏସିଆନ ଚାମ୍ପିଅନ୍ସରେ ଭାରତୀୟ ହକି ଟିମର ବିଜୟ ଧାରା ଜାରି ରହିଛି । ଆଜି ପାକିସ୍ତାନକୁ ୨-୧ରେ ପରାସ୍ତ କରିଛି ଭାରତ । ଦଳ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ୧୩ ଓ ୧୯ ତମ ମିନିଟରେ ଦୁଇଟି ଗୋଲ ଦେଇଛନ୍ତି ।  ଭାରତ ଏହି ଟୁର୍ଣ୍ଣାମେଣ୍ଟରେ କୌଣସି ବି ଗୋଟିଏ ମ୍ୟାଚ୍‌ ହାରିନାହିଁ ।

ଭାରତ ଏବଂ ପାକିସ୍ତାନ ଟିମ ମଧ୍ୟରେ ୩୫୦ ଦିନ ପରେ ହକି ମ୍ୟାଚ ହୋଇଥିଲା । ପାକିସ୍ତାନ ଖେଳ ଆରମ୍ଭରୁ ଭାରତ ଉପରେ ଆଟାକ୍‌ କରିଥିଲା । ୭ ମିନିଟରେ ପାକିସ୍ତାନର ହନ୍ନାନ ଶାହିଦ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା । ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ୧୩ ମିନିଟରେ ପ୍ରଥମ ଗୋଲ ଦେଇ ସ୍ଥିତି ୧-୧କୁ ଆଣିଥିଲେ । ଭାରତକୁ ଦ୍ୱିତୀୟ କ୍ୱାର୍ଟରର ୧୯ ମିନିଟରେ ପେନାଲିଟି କର୍ଣ୍ଣର ମିଳିଥିଲା । ଏହାପରେ ଭାରତ ଦ୍ୱିତୀୟ ଗୋଲ କରିଥିଲା । ଏହାସହିତ ଭାରତ ୨-୧ରେ ଆଗୁଆ ହୋଇଥିଲା । ତୃତୀୟ କ୍ୱାର୍ଟର ଭାରତକୁ ୩୮ ମିନିଟରେ ପେନାଲିଟି କର୍ଣ୍ଣର ସୁଯୋଗ ମିଳିଥିଲା । କିନ୍ତୁ ଅଧିନାୟକ ହରମନପ୍ରୀତ ସିଂ ହ୍ୟାଟ୍ରିକ ସୁଯୋଗକୁ ହରାଇଦେଇଥିଲେ ।

 

Related posts

Paris 2024 Olympics: ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ

Odisha Sports Bureau

ଆରମ୍ଭ ହେଲା ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ, ଉଦ୍ଦଘାଟନ କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଖେଳ ରତ୍ନା ପୁରସ୍କାର ଦୌଡରେ ମହିଳା ହକି କ୍ୟାପଟେନ ରାନୀ, ଭାଣ୍ଡାନା, ମୋନିକା ଏବଂ ହରମାନ