Cricket

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ବାତିଲ

ବ୍ରିସବେନର ଗାବା କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି  ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ତୃତୀୟ ଟେଷ୍ଟ ମ୍ୟାଚ । ବର୍ଷା ହେତୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କେବଳ ୧୩.୨ ଓଭର ଖେଳାଯାଇପାରିଥିଲା। ଏହି ସମୟ ମଧ୍ୟରେ କୌଣସି କ୍ଷତି ଉଇକେଟ୍‌ ନ ହରାଇ ଅଷ୍ଟ୍ରେଲିଆ ୨୮ ରନ ସ୍କୋର କରିଥିଲା।

ଶନିବାର ଟିକେଟ୍‌ କରିଥିବା ଦର୍ଶକଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପ୍ରଦାନ କରାଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କରିଛି। କ୍ରିକେଟ ଅଷ୍ଟ୍ରେଲିଆର ଫେରସ୍ତ ନୀତି ଅନୁଯାୟୀ ଯଦି ଗୋଟିଏ ଦିନରେ ୧୫ ଓଭରରୁ କମ ଖେଳାଯାଏ ଏବଂ କୌଣସି ଫଳାଫଳ ନ ଥାଏ, ତେବେ ଦର୍ଶକମାନେ ପୁରା ଟଙ୍କା ଫେରସ୍ତ ପାଆନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଭାରତୀୟ ସମୟ ସକାଳ ୫.୫୦ରେ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ଦ୍ୱିତୀୟ ଦିନର ମ୍ୟାଚ ଅଧ ଘଣ୍ଟା ପୂର୍ବରୁ ଆରମ୍ଭ ହେବ। ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ଟୁଇଟ କରି କହିଛି – ବର୍ଷା ହେତୁ ବ୍ରିସବେନ୍‌ରେ ପ୍ରଥମ ଦିନର ଖେଳ ଆଜି ବନ୍ଦ ହୋଇଯାଇଛି। ଆସନ୍ତାକାଲି ଖେଳ ଏବଂ ପରବର୍ତ୍ତୀ ସମସ୍ତ ଦିନ ସ୍ଥାନୀୟ ସମୟ ୯.୫୦ରେ ଆରମ୍ଭ ହେବ (ଭାରତୀୟ ସମୟ ସକାଳ ୫.୨୦) ଆରମ୍ଭ ହେବ।

 

Related posts

ବିଶ୍ୱକପକୁ ଫେରିଲେ ମାହି

Odisha Sports Bureau

ଆଫଗାନିସ୍ଥାନର ଜବରଦସ୍ତ ଜିତ ପରେ ରାସିଦ ଖାନଙ୍କୁ ଭିଡିଓ କଲ କରି ଶୁଭେଚ୍ଛା ଜଣାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ବିଶ୍ୱକପ ପୁର୍ବରୁ ବିରାଟ କହିଲେ ମୋଠାରୁ କିଛି ଆଶା ରଖନି

Odisha Sports Bureau