Cricket

ବିବାହ କଲେ ଭାରତୀୟ କ୍ରିକେଟର ରାହୁଲ

ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜି ରାଜସ୍ଥାନ ରୋୟଲ୍ସର ଷ୍ଟାର ଖେଳାଳୀ ରାହୁଲ ତେୱାତିଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ହାତକୁ ଦି ହାତ ହୋଇଛନ୍ତି ସ୍ପିନ ଷ୍ଟାର ରାହୁଲ । ତାଙ୍କ ବିବାହର ଫଟୋ ସୋଶଲ ମିଡିଆରେ ପୋଷ୍ଟ ହେବା ପରେ ଏହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ରାହୁଲ ରିଦ୍ଧି ପନ୍ନୁଙ୍କୁ ନିଜ ଜୀବନସାଥୀ ଭାବେ ବାଛିଥିବା ବେଳେ ଆଇପିଏଲ ୨୦୨୧ ପୂର୍ବରୁ ଉଭୟଙ୍କର ନିର୍ବନ୍ଧ ହୋଇଥିଲା ।

Rajasthan Royals all-rounder Rahul Tewatia gets engaged
ଏହି ବିବାହ ଉତ୍ସରେ ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳୀ ସାମିଲ ହୋଇଥିଲେ । ୟୁଜଭେନ୍ଦ୍ର ଚଚହଲ, ଶିଖର ଧୱନ, ରିଷଭ ପନ୍ତ ଏବଂ ନୀତିଶ ରାଣା, ମୋହିତ ଶର୍ମାଙ୍କୁ ଏହି ଉତ୍ସରେ ଦେଖିବାକୁ ମିଳିଥିଲା ।

Rajasthan Royals all-rounder Rahul Tewatia ties knots with Ridhi Pannu

शादी के बंधन में बंधें राहुल तेवतिया। शादी में शामिल हुए ये स्टार क्रिकेर्ट्स। देखें तस्वीरें - Newstrendରାଜସ୍ଥାନ ରୟାଲ୍ସର ଷ୍ଟାର ଅଲରାଉଣ୍ଡର ରାହୁଲ ୨୦୨୦ ଆଇପିଏଲରେ ଚର୍ଚ୍ଚାକୁ ଆସିଥିଲେ । ଯେତେବେଳେ ପଞ୍ଜାବ ବିପକ୍ଷ ମ୍ୟାଚରେ ୫ଟି ବଲରେ ୫ଟି ଛକା ମାରି ଦଳକୁ ବଡ ବିଜୟ ଭେଟି ଦେଇଥିଲେ । ସେତେବେଳେ ରାହୁଲଙ୍କ ଏଭଳି ବିସ୍ଫୋରକ ଇନିଂସକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା । ଏପରିକି ଏହି ଇନିଂସ ହିଁ ତାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ଟିମ୍ ଇଣ୍ଡିଆରେ ସୁଯୋଗ ଦେଇଥିଲା । ତେବେ ଇଂଲଣ୍ଡ ବିପକ୍ଷ କୌଣସି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନଥିଲେ ରାହୁଲ ।

Related posts

ବିଶ୍ବକପ ସମୟରେ ୧୫ ଦିନ ଖେଳାଳିଙ୍କ ସାଙ୍ଗରେ ରହିବେ ସ୍ତ୍ରୀ ପ୍ରେମିକା

Odisha Sports Bureau

IPL 2024, ହାଇଦ୍ରାବାଦ ପାଇଁ ବରଦାନ ସାଜିଲା ବର୍ଷା, ବିନା ଛକା ଚୌକ ଏବଂ ବିନା ମ୍ୟାଚରେ ପ୍ଲେ ଅଫ୍‌ରେ ପାଟ୍ କମିନ୍ସଙ୍କ ଟିମ

Odisha Sports Bureau

ଭାରତ ପଠାଇବା ପାଇଁ ସନ୍ଦେହରେ ପାକିସ୍ତାନ କ୍ରିକେଟ୍ ବୋର୍ଡ