Cricket

ପଛରେ ପଡିଲେ ହରଭଜନ, ଆଗରେ ଅଶ୍ୱୀନ

କାନପୁର: ଭାରତ-ନ୍ୟୁଜିଲାଣ୍ଡ କାନପୁର ଟେଷ୍ଟ ଅମୀମାଂସିତ ରହିଥିଲେ ମଧ୍ୟ ଏଥିରୁ ବଡ ଫାଇଦା ପାଇଛନ୍ତି ଭାରତର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ଭାରତୀରେ ସର୍ବାଧିକ ୱିକେଟ ହାସଲ କରିବାରେ ସେ ହୋଇଛନ୍ତି ତୃତୀୟ । ଏହି ତାଲିକାରେ ଅଶ୍ୱୀନ ପୂର୍ବତନ ଅଫସ୍ପିନର ହରଭଜନ ସିଂହଙ୍କୁ ପଛରେ ପକାଇଛନ୍ତି ।


ଏହି ମ୍ୟାଚ ପୂର୍ବରୁ ଅଶ୍ୱୀନ ମୋଟ ୪୧୨ଟି ଟେଷ୍ଟ ୱିକେଟ ଅକ୍ତିଆର କରିଥିଲେ । କିନ୍ତୁ ଏହି ମ୍ୟାଚର ଉଭୟ ଇନିଂସରେ ୬ଟି ଲେଖାଏଁ ୱିକେଟ ନେଇ ଭଜ୍ଜିଙ୍କୁ ଟପି ଯାଇଛନ୍ତି । ୧୦୩ଟି ମ୍ୟାଚରେ ମୋଟ ୪୧୭ଟି ୱିକେଟ ଅକ୍ତିଆର କରିଥିଲେ ଭଜ୍ଜି । ଅଶ୍ୱୀନଙ୍କ ନାମରେ ଏବେ ରହିଛି ୪୧୮ଟି ୱିକେଟ । ତେବେ ଏହି ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପୂର୍ବତନ ଅଧିନାୟକ ତଥା କୋଚ ଅନିଲ କୁମ୍ବଲେ । ତାଙ୍କ ନାମରେ ସର୍ବାଧ୍ଖଳ ୬୧୯ଟି ୱିକେଟ ରହିଛି । ସେହିପରି ଦ୍ୱିତୀୟ ସ୍ଥାନରେ ଅଛନ୍ତି କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବ ।

Related posts

ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂର ଦିବାନା ଡି ଭିଲିୟର୍ସ

Odisha Sports Bureau

ବିଜୟରୁ ଟି୨୦ ଅଭିଯାନ ଆରମ୍ଭ କଲା ଭାରତୀୟ ମହିଳା ଦଳ

Odisha Sports Bureau

ସାମସନଙ୍କ ଫ୍ୟାନ୍ସଙ୍କୁ ଖୁସି କରାଇବା ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନୂଆଁ ପ୍ରୟାସ