Uncategorized

ୱାର୍ଲଡ ଚେସ୍ ଚାମ୍ପିୟନଶିପରେ ଚାମ୍ପିଅନ ହେଲେ ଡି ଗୁକେଶ : ବିଜୟ ପରେ କୋଟି କୋଟି ଟଙ୍କା ପୁରସ୍କାର

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଇତିହାସ ରଚିଛନ୍ତି । ସିଙ୍ଗାପୁରରେ ଚାଲିଥିବା ୱାର୍ଲଡ ଚେସ୍ ଚାମ୍ପିୟନଶିପରେ ଡିଫେଣ୍ଡିଂ ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ସେ ଚାମ୍ପିଅନ ହୋଇଛନ୍ତି ।  ଏହି ଅବିଶ୍ୱସନୀୟ କୀର୍ତ୍ତି ସହିତ ଗୁକେଶ ଦ୍ୱିତୀୟ ଭାରତୀୟ ଚେସ ଖେଳାଳି ଭାବେ ବିଶ୍ୱ ବିଜେତା ହୋଇଛନ୍ତି। ତେବେ ସେ ବିଜୟୀ ହେବା ପରେ ତାଙ୍କୁ ପୁରସ୍କାର ବାବଦରେ କୋଟି କୋଟି ଟଙ୍କା ଟଙ୍କାବର୍ଷା ହୋଇଛି।

FIDE ନିୟମ ଅନୁଯାୟୀ, ପ୍ରତ୍ୟେକ ଖେଳାଳି ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁ ୨ ଲକ୍ଷ ଡଲାର ବା ୧.୬୯ କୋଟି ପାଇଥାନ୍ତି । ତେଣୁ ଗୁକେଶଙ୍କୁ ୬ ଲକ୍ଷ ଡଲାର ବା ପ୍ରାୟ ୫.୦୯ କୋଟି ପ୍ରଦାନ କରାଯାଇଛି। ସେହିଭଳି ଡିଙ୍ଗଙ୍କୁ ୪ ଲକ୍ଷ ଡଲାର ବା ପାଖାପାଖି ୩.୩୯ କୋଟି ପ୍ରଦାନ କରାଯାଇଛି। ମ୍ୟାଚ ପାଇଁ ମୋଟ ପୁରସ୍କାର ରାଶି ହେଉଛି ୨.୫ ମିଲିୟନ ଡଲାର୍‌, ଯେଉଁଥିରେ ଖେଳ ଫଳାଫଳ ଉପରେ ଆଧାର କରି ର୍ନିଦ୍ଦିଷ୍ଟ ଭାବେ ବଣ୍ଟନ କରାଯାଇଥାଏ। ଏଥିସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ୍‌ ଗୁକେଶଙ୍କ ପାଇଁ ୫କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି।

Related posts

ଆଜି ଯୁଗଳ ମ୍ୟାଚ ଦେଖିବ ବିଶ୍ୱ

Odisha Sports Bureau

‘ନିରଜ ଚୋପଡା ନିଜ ପସନ୍ଦର ଝିଅଙ୍କୁ କରିବେ ବିବାହ’

Odisha Sports Bureau

ଏସୀଆ କ୍ରୀଡାରେ ପଦକ ତାଲିକାରେ ଷଷ୍ଠ ସ୍ଥାନରେ ଭାରତ

Odisha Sports Bureau