Cricket

ଡବ୍ଲ୍ୟୁଟିସି ଫାଇନାଲରେ ଦଳରେ ସ୍ଥାନ ନ ମିଳିବାକୁ ନେଇ ମୁହଁ ଖୋଲିଲେ ଅଶ୍ୱିନ

ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଅଷ୍ଟ୍ରେଲିଆ ଠାରୁ ୨୦୯ ରନ୍ରେ ହାରିବା ପରେ ଅନେକ ସମାଲୋଚନାର ଶିକାର ହୋଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ହାରିବା ପରେ କାହିଁକି ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଫାଇନାଲ ଏକାଦଶରେ ସ୍ଥାନ ମିଳିଲା ନାହିଁ ତାହାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଅଶ୍ବିନଙ୍କୁ କାହିଁକି ଡବ୍ଲ୍ୟୁଟିସିରେ ସ୍ଥାନ ମିଳିଲା ନାହିଁ ତାହାକୁ ନେଇ ପ୍ରଶ୍ନ କରିଥିଲେ ସଚିନ ତେନ୍ଦୁଲକର । ଏବେ ନିଜେ ଅଶ୍ୱିନ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି।

ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସ୍ଥାନ ନ ମିଳିବା ପରେ ଅନେକ ଚର୍ଚ୍ଚା ଚାଲିଥିଲା । ଏହା ପରେ ଟେଷ୍ଟ ବୋଲିଂ ର୍ୟାଙ୍କିଙ୍ଗ ୧ ନଂ ସ୍ଥାନ ହାସଲ କରିଛନ୍ତି ଅଶ୍ବିନ। ଟେଷ୍ଟ ର୍ୟାଙ୍କିଙ୍ଗରେ ତାଙ୍କ ସ୍କୋର ୮୬୦ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଜେମସ ଆଣ୍ଡରସନ ୮୫୦ ସ୍କୋର, ତୃତୀୟ ସ୍ଥାନରେ ପ୍ୟାଟ କେମିନ୍ସ ୮୨୯ ସ୍କୋର ରହିଛି ।

ଅଶ୍ବିନ କହିଛନ୍ତି, ବାଂଲାଦେଶ ଟୁରରେ ଆଣ୍ଠୁଜନିତ ସମସ୍ୟା ଯୋଗୁଁ ଅନେକ କଷ୍ଟ ଭୋଗିବାକୁ ପଡିଥିଲା । ତେଣୁ ସେଠାରୁ ଫେରିବା ପରେ ମୋ ପତ୍ନୀଙ୍କୁ କହିଥିଲି, ଅଷ୍ଟ୍ରେଲିଆ ସିରିଜ ମୋର ଶେଷ ସିରିଜ୍ ହୋଇପାରେ । ତେଣୁ ଟି-୨୦ ବିଶ୍ବକପରେ ମୁଁ ଭଲ ପ୍ରଦର୍ଶନ କରିନଥିଲି । ଆଉ ମୋ ପ୍ରଦର୍ଶନକୁ ନେଇ ମଧ୍ୟ ମୁଁ ଖୁସି ନଥିଲି । ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଯନ୍ତ୍ରଣା ଅଧିକ ବଢିଯାଇଥିଲା ।

ସୂଚନାଯୋଗ୍ୟ, ୨୦୨୧ ମସିହାରେ ଇଂଲଣ୍ଡରେ ଖେଳାଯାଇଥିବା ଡବ୍ଲ୍ୟୁଟିସ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ କେବଳ ଅଶ୍ୱିନ ଏକମାତ୍ର ପ୍ରଭାବଶାଳୀ ବୋଲର ବୋଲି ପ୍ରମାଣିତ ହୋଇଥିଲେ। ଏଥିସହ ସେ ଚାରିଟି ୱିକେଟ୍ ନେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ନିଶ୍ଚିତ ଭାବେ ଡବ୍ଲ୍ୟୁଟିସ ଫାଇନାଲ୍ ମ୍ୟାଚରେ ଖେଳିବାକୁ ଚାହୁଁଥିଲି । କାରଣ ଦଳକୁ ଏଠାକୁ ଆଣିବାରେ ମଧ୍ୟ ମୁଁ ସହଯୋଗ କରିଛି। ମୁଁ ମଧ୍ୟ ଶେଷ ଫାଇନାଲରେ ଚାରିଟି ୱିକେଟ୍ ନେଇଥିଲି। ମ୍ୟାଚ୍ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ମୁଁ ଜାଣିଥିଲି ଯେ ମୁଁ ଖେଳିବାର ସୁଯୋଗ ପାଇବି ନାହିଁ।

Related posts

ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୯ମ ମ୍ୟାଚ

Odisha Sports Bureau

ପ୍ରଥମ ମ୍ୟାଚ ହାରିବା ପରେ ସିଜିନକୁ କମ୍‌ବ୍ୟାକ୍‌ କଲା ଧୋନି ବାହିନୀ,

ନ୍ୟୁଜିଲାଣ୍ଡର ଧୂଆଁଧାର ବ୍ୟାଟିଂ , ୨୨୦ରନର ବିଜୟ ଲକ୍ଷ୍ୟ

Odisha Sports Bureau