Cricket

ଆଜିଠୁ ଏସିଆ କପ୍ ଲଢ଼େଇ | ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ

ଆଜିଠୁ ଏସିଆ କପ୍ ଲଢ଼େଇ | ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ | ଚଳିତ ଥର ଏଥିରେ ମୋଟ ୧୩ଟି ମ୍ୟାଚ ଖେଳାଯିବା ନେଇ ସୂଚନା ରହିଛି । ଶ୍ରୀଲଙ୍କା ଓ ପାକିସ୍ତାନ ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି। ପାକିସ୍ତାନରେ ୪ଟି ଓ ଶ୍ରୀଲଙ୍କାରେ ଫାଇନାଲ ସହ ୯ଟି ମ୍ୟାଚ ଖେଳାଯିବ। ବୁଧବାର ମୁଲତାନରେ ପାକିସ୍ତାନ ଓ ନେପାଳ ମଧ୍ୟରେ ମ୍ୟାଚରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଭାରତ ଏହାର ସବୁ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ । ଗ୍ରୁପ୍ ଏ’ରେ ଭାରତ, ପାକିସ୍ତାନ ଓ ନେପାଳ ରହିଥିବା ବେଳେ ଗ୍ରୁପ୍ ବିରେ ରହିଛନ୍ତି ଶ୍ରୀଲଙ୍କା, ଆଫଗାନିସ୍ଥାନ ଓ ବାଲାଂଦେଶ । ଚଳିତଥର ଏହି କପ ୫୦ ଓଭର ଫର୍ମାଟରେ ଖେଳାଯିବ ।

ଅଂଶଗ୍ରହଣକାରୀ ଦଳଗୁଡ଼ିକ ମଧ୍ୟରେ ପାକିସ୍ତାନ ଦୃଢ଼ ଦଳ ଭାବେ ଖେଳିବାକୁ ଯାଉଛି। ବାବର ଆଜମ୍‌ଙ୍କ ନେତୃତ୍ବରେ ଦଳ ଆଇସିସି ଦିନିକିଆ ମାନ୍ୟତାରେ ୧ ନମ୍ବର ସ୍ଥାନ ଦଖଲ କରିଛି। ଆଫଗାନିସ୍ତାନ ବିପକ୍ଷରେ ଶୃଙ୍ଖଳା ମୂଳପୋଛ କରିଥିବାରୁ ପାକିସ୍ତାନ ମନୋବଳ ଉଚ୍ଚ ରହିବ। ତଥାପି ଭାରତ ବିପକ୍ଷ ମ୍ୟାଚ୍‌ ଉପରେ ସାରା ବିଶ୍ବ ନଜର ରଖିଛି। କାରଣ ଏହି ପ୍ରତିଯୋଗିତାରେ ଭାରତ ସର୍ବାଧିକ ୭ଥରର ବିଜେତା ଭାବେ ଖେଳିବାକୁ ଯାଉଛି। ସେପଟେ ମ୍ୟାଚ ପୂର୍ବରୁ ବାଦ ପଡିଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ କେ ଏଲ ରାହୁଲ । ଏଣୁ ଅଷ୍ଟମ ଟାଇଟଲ୍‌ ପାଇଁ ଭାରତକୁ ସଂଘର୍ଷ କରିବାକୁ ପଡ଼ିପାରେ। ସେପ୍ଟେମ୍ବର ୨ ତାରିଖରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଏବଂ ଏହାପରେ ହେବାକୁ ଥିବା ନେପାଳ ସହିତ ମ୍ୟାଚରୁ କେ ଏଲ ରାହୁଲ ବାଦ୍ ପଡିଛନ୍ତି । ଏନେଇ ବିସିସିଆଇ ଟୁଇଟ୍ କରି ବିଧିବଦ୍ଧ ଭାବେ ସୂଚନା ଦେଇଛି । ଆହତ ସମସ୍ୟାର କାରଣ ଲାଗି ବାଦ ପଡିଛନ୍ତି ରାହୁଲ । ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଏସିଆ କପର ପ୍ରଥମ ଦୁଇ ମ୍ୟାଚ ଖେଳିବେନି ବୋଲି କୋଚ୍ ରାହୁଲ ଡ୍ରାଭିଡ କହିଛନ୍ତି । ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ । ସେହିପରି ୪ ତାରିଖ ନେପାଳ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ନାହିଁ ବୋଲି ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ ସ୍ପଷ୍ଟ କରିଛନ୍ତି ।

Related posts

ଚାମ୍ପିୟନକୁ ଦିଆଯିବ ୪୦ କୋଟି !

Odisha Sports Bureau

ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ

Odisha Sports Bureau

ଭାରତୀୟ ବୋଲରଙ୍କ ଆକ୍ରମଣରେ ଧରାଶାୟୀ କଙ୍ଗାରୁ ବାହିନୀ

Odisha Sports Bureau