Cricket

ଆଇସିସିର ନୂଆ ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆ ଏକ ନମ୍ବର

ଦୁବାଇ : ଆଇସିସିର ପ୍ରକାଶିତ ଦିନିକିଆ ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆ ଏକ ନମ୍ବର ସ୍ଥାନ ଅକ୍ତିଆର କରିଥିବା ବେଳେ ପ୍ରତିଦ୍ୱନ୍ଦୀ ଭାରତକୁ ଦ୍ୱିତୀୟ ସ୍ଥାନରୁ ହଟାଇଛି ପାକିସ୍ତାନ । ଏହି ନୂଆ ମାନ୍ୟତା ତାଲିକା ଅନୁସାରେ ଅଷ୍ଟ୍ରେଲିଆ ଏକ ନମ୍ବରରେ ଥିବାବେଳେ ପାକିସ୍ତାନ ଦ୍ୱିତୀୟରେ ଏବଂ ଭାରତ ତୃତୀୟ ସ୍ଥାନରେ ରହିଛି । ଏକ ନମ୍ବର ସ୍ଥାନ ପାଇଥିବା ଅଷ୍ଟ୍ରେଲିଆଠୁ ଭାରତ ୫ ପଏଣ୍ଟ ପଛରେ ରହିଛି। ବାର୍ଷିକ ଅପ୍ଡେଟ୍ ପରେ ୫ ଥରର ବିଶ୍ବ ବିଜେତା ଅଷ୍ଟ୍ରେଲିଆର ରେଟିଂ ପଏଣ୍ଟ ୧୧୩ରୁ ୧୧୮ରେ ପହଞ୍ଚିଥିଲା। ଫଳରେ ଏହି ଦଳ ପାକିସ୍ତାନ (୧୧୬) ଓ ଭାରତ (୧୧୩)ଠୁ ସାମାନ୍ୟ ଆଗରେ ରହି ଶୀର୍ଷ ସ୍ଥାନ ଦଖଲ କରିଥିଲା। ଆଇସିସି ବିଜ୍ଞପ୍ତି ଅନୁଯାୟୀ ବାର୍ଷିକ ଅପ୍ଡେଟ୍ ପୂର୍ବରୁ ଅଷ୍ଟ୍ରେଲିଆ (୧୧୩ ପଏଣ୍ଟ) ଶୀର୍ଷରେ ରହିଥିଲା ବେଳେ ଭାରତ (୧୧୩) ଡିସିମିଲ୍ ପଏଣ୍ଟ ପଛରେ ପଡ଼ି ଦ୍ବିତୀୟରେ ରହିଥିଲା। ପାକିସ୍ତାନ (୧୧୨) ତୃତୀୟରେ ରହିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ଜିତିବା ପରେ ପାକିସ୍ତାନ ଶୀର୍ଷରେ ପହଞ୍ଚିଥିଲା। ଯଦି ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ୫-୦ରେ ପୋଛି ନେଇଥିଲେ ପାକିସ୍ତାନ ଶୀର୍ଷ ସ୍ଥାନ ବଜାୟ ରଖିପାରିଥା’ନ୍ତା। ଏବେ ଏହି ୩ ଦଳ ପଛକୁ ନ୍ୟୁଜିଲାଣ୍ଡ (୧୦୪) ଚତୁର୍ଥ, ଇଂଲଣ୍ଡ (୧୦୧) ପଞ୍ଚମରେ ରହିଛନ୍ତି। ଏମାନଙ୍କ ପଛକୁ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ ଯଥାକ୍ରମେ ଷଷ୍ଠରୁ ଦଶମ ସ୍ଥାନ ମଣ୍ଡନ କରିିଛନ୍ତି।

Related posts

ମାତ୍ର କିଛି ମିନିଟରେ ସରିଗଲା ବାରବାଟୀ ମ୍ୟାଚ ଅନଲାଇନ ଟିକେଟ

Odisha Sports Bureau

IPLରୁ ଅବସର ଘୋଷଣା କଲେ ଆଣ୍ଡ୍ର୍ୟୁ ରସେଲ୍

Odisha Sports Bureau

ହାର୍ଦ୍ଦିକଙ୍କ ଜାଗାରେ କିଏ ଖେଳିବ ମ୍ୟାଚ୍?

Odisha Sports Bureau