Cricket

ଏଜାଜ ପଟେଲ ପ୍ଲେୟର ଅଫ ଦ ମନ୍ଥ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ICC) ପକ୍ଷରୁ ଜାରି ହୋଇଛି ଡିସେମ୍ବର ମାସର ‘ପ୍ଲେୟର ଅଫ ଦ ମନ୍ଥ’ ତାଲିକା । ମୁମ୍ବାଇରେ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚରେ ୧୪ ୱିକେଟ ଅକ୍ତିଆର କରିଥିବା ଅଜାଜ ପଟେଲଙ୍କୁ ମିଳିଛି ପ୍ଲେୟାର୍ ଅଫ ଦି ମନ୍ଥ (ଡିସେମ୍ବର ମାସର ଶ୍ରେଷ୍ଠ ଖେଳାଳି) ଆୱାର୍ଡ । ଗୋଟିଏ ମ୍ୟାଚରେ ୧୦ଟି ୱିକେଟ ନେଇଥିବାରୁ ସେ ଏହି ପଦବୀ ହାସଲ କରିଛନ୍ତି । ଓ୍ବାଙ୍ଖେଡେରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍ରେ ଘାତକ ବୋଲିଂକରି ଭାରତୀୟ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ଏଜାଜ ପଟେଲ ।

ଇନିଂସର ସମସ୍ତ ୱିକେଟ ହାସଲ କରି ରେକର୍ଡ କରିବାରେ ସେ ହୋଇଛନ୍ତି ବିଶ୍ବର ତୃତୀୟ ବୋଲର । ପ୍ରଥମ ଇନିଂସରେ ୧୦ଟି ଏବଂ ଦ୍ବିତୀୟ ଇନିଂସରେ ୪ଟି ଓ୍ବିକେଟ ମୋଟ ୧୪ଟି ଓ୍ବିକେଟ ନେଇଥିଲେ ଏଜାଜ୍ । ଏହା ସହିତ ବ୍ୟାଟ୍ରେ ମଧ୍ୟ କମାଲ କରି ଉଭୟ ଇନିଂସରେ ୧୧୭ ରନକରି ନିଜର ଉପଯୋଗୀ ଯୋଗଦାନ ଦେଇଥିଲେ । ଗୋଟିଏ ମ୍ୟାଚ୍ରେ ମୋଟ ୧୪ଟି ଓ୍ବିକେଟ ନେଇଥିବାରୁ ଏଜାଜ୍ ପଟେଲ ବର୍ଷ ୨୦୨୧ର ସର୍ବଶ୍ରେଷ୍ଠ ଖେଳାଳି ହୋଇପାରିଛନ୍ତି । ଏଜାଜ୍ ପଟେଲଙ୍କ ବ୍ୟତିତ ଭାରତୀୟ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ପ୍ଲେୟାର ଅଫ୍ ଦି ମନ୍ଥ ଦୌଡରେ ଥିଲେ । ମୟଙ୍କ ଅଗ୍ରଓ୍ବାଲଙ୍କ ବ୍ୟତିତ କଙ୍ଗାରୁ ଟିମ୍ର ଷ୍ଟାର ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଏହି ରେସରେ ଥିଲେ । ତେବେ ୩ ଜଣଙ୍କ ମଧ୍ୟରୁ ଏଜାଜ୍ ପଟେଲଙ୍କୁ ଡିସେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯାଇଛି ।

Related posts

କ୍ରିକେଟରୁ ବିଦାୟ ନେଲେ Mr. 360

Odisha Sports Bureau

ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମିଳିଛି ହତ୍ୟା ଧମକ

Odisha Sports Bureau

କୋହଲିଙ୍କ ଟ୍ରଫି ସ୍ୱପ୍ନ ଅଧୁରା; ଗିଲଙ୍କ ଶତକରେ ଆରସିବି ବିଦା