Cricket

ବାରବାଟୀ ଟି-ଟ୍ବେଣ୍ଟି: ସୁପର ସଣ୍ଡେରେ ଦମଦାର ଫାଇଟ

କଟକ: ବାରବାଟୀ ଟି-ଟ୍ବେଣ୍ଟି ପାଇଁ ଆଉ ହାତରେ ମାତ୍ର ୬ ଦିନ ବାକି ଅଛି । ଜୁନ୍ ୧୨ ଅର୍ଥାତ୍ ରବିବାର ସୁପର ସଣ୍ଡେରେ ଦମଦାର ଫାଇଟ ଦେଖିବାକୁ ମିଳିବ । ସେଥିପାଇଁ ପ୍ରସ୍ତୁତି ପ୍ରାୟ ଚୁଡାନ୍ତ ପର୍ଯ୍ୟାୟ । ଚଳିତ ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମର କରାଯାଇଛି ନବକଳେବର । ଆଉଟଫିଲ୍ଡ, , ଫର୍ଡଲାଇଟ୍ , ଡ୍ରେସିଂ ରୁମ୍‌ , ପିଚ୍ କଭର ଓ ପିଚ୍‌ ଶୁଖାଇବାକୁ ସୁପର ସ୍ୱିପ୍ପର ଭଳି ଅତ୍ୟାଧୁନିକ କୌଶଳ ଆପଣାଯାଇଛି । ଖେଳାଳିଙ୍କ ପାଇଁ ଥିବା ଡ୍ରେସିଂ ରୁମକୁ ମଧ୍ୟ ଏକ ନୂଆ ରୂପ ଦିଆଯାଇଛି ।

ଅନ୍ୟପକ୍ଷେ, ୧୨ ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବା ବେଳେ ବାରବାଟୀ ମ୍ୟାଚରେ ବର୍ଷା ସାଜିପାରେ ବାଧକ। ସେଥିପାଇଁ OCA ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଷ୍ଟ୍ରେଲିଆରୁ ୫୦ ଲକ୍ଷ ବିନିମୟରେ ଆସିଛି ସୁପର ସପ୍ପର ମେସିନ୍ । ଯାହା କି ଖୁବ୍ ଅଳ୍ପ ସମୟ ମଧ୍ୟରେ ପଡ଼ିଆରୁ ପାଣି ଶୁଖାଇବାରେ ସାହଯ୍ୟ କରିବ । ଏହି ସୁପର ସ୍ୱିପ୍ପର ୩ ଶହ ଲିଟର କ୍ଷମତା । ୩ଶହ ଲିଟର ନିଷ୍କାସନ ପାଇଁ ସୁପର ସପ୍ପର ମାତ୍ର ୨୭ସେକେଣ୍ଡ ସମୟ ନିଏ । ଅନ୍ୟପଟେ ମଙ୍ଗଳବାର ଓସିଏ ଅନୁବନ୍ଧିତ ସଂସ୍ଥାମାନଙ୍କୁ ଟିକେଟ ବିକ୍ରି କରାଯିବ । ମଙ୍ଗଳବାର ଏହାକୁ ଟେଷ୍ଟ କରାଯିବ ।

ବାରବାଟୀରେ ଏଯାଏଁ ୨୬ଟି ମ୍ୟାଚ୍ ଖେଳାଯାଇସାରିଛି । ରବିବାରର ମ୍ୟାଚ୍ ଷ୍ଟାଡିୟମରେ ୨୭ତମ ମ୍ୟାଚ୍ ହେବ । ଅନଲାଇନରେ ଟିକେଟ୍ ବିକ୍ରି ଶେଷ ହୋଇସାରିଥିବା ବେଳେ ୯ ତାରିଖରୁ ଆରମ୍ଭ ହେବ କାଉଣ୍ଟରରେ ଟିକେଟ୍ ବିକ୍ରି । ଷ୍ଟାଡିୟମର କ୍ଷମତା ୪୪ ହଜାର ୨୩୪ ରହିଥିବା ବେଳେ ଏଥର ଫୁଲ୍ କେପାସିଟିରେ ହେବ ମ୍ୟାଚ୍ । ତେବେ ବାରବାଟୀର ଏହି ମ୍ୟାଚରେ କିଏ ବାଜି ମାରିବ ତାକୁ ଦେଖିବାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।

Related posts

ଅର୍ଜୁନ ପୁରସ୍କାର ପାଇବା ପରେ ପଡ଼ିଆକୁ ଫେରିବାକୁ ଘୋଷଣା କଲେ ମହମ୍ମଦ ଶାମି

Odisha Sports Bureau

ବିଶ୍ୱକପ୍ ବିଜେତା ନେଇ କ’ଣ କହୁଛି ଗଣିତ ? ୨୦୨୩ରେ ରିପିଟ୍ ହେବ କି ୨୦୧୫ ଓ ୨୦୧୯ର ବିଶ୍ୱକପର ଇତିହାସ

Odisha Sports Bureau

ସାରା ରାଜ୍ୟରେ କ୍ରିକେଟ ଓ ପ୍ରତିଭାବାନ ଖେଳାଳିଙ୍କ ଉନ୍ନତି ପାଇଁ ଖୁବଶୀଘ୍ର ପ୍ରତିଷ୍ଠା ହେବ ୪୦ କ୍ରିକେଟ ଏକାଡେମୀ

Odisha Sports Bureau

Leave a Comment