Cricket

ନବ କଳେବର ହେବ ବାରବାଟୀ ଷ୍ଟାଡ଼ିୟମ

ଭୁବନେଶ୍ୱର: ବାରବାଟୀ ଷ୍ଟାଡିୟମକୁ ଏକ ନୂଆ ରୂପ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । । ଏଥିପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଆସନ୍ତା ଜୁନ୍ ୧୨ତାରିଖରେ ଏଠାରେ ଆୟୋଜିତ ହେବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ଟି -୨୦ ମୁକାବିଲା ପୂର୍ବରୁ ସମସ୍ତ କାମକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓସିଏ । ମ୍ୟାଚକୁ ଦିନ ପାଖେଇ ପାଖେଇ ଆସୁଥିବା ବେଳେ ଷ୍ଟାଡ଼ିୟମ ରେ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି ।

ବାରବାଟୀର ନବକଳେବର ଦାୟିତ୍ୱ ଗୁଜୁରାଟ ମୋଟେରା ଠାରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଡିଜାଇନ କରିଥିବା ସଂସ୍ଥାକୁ ଦେଇଛି ଓସିଏ । ଏହି ନବୀକରଣ ପରେ ବିଶ୍ୱର ଅନ୍ୟ ଷ୍ଟାଡିୟମ ଗୁଡ଼ିକ ଭଳି ବାରବାଟୀ ଷ୍ଟାଡିୟମରେ ମଧ୍ୟ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହୋଇପାରିବ । ଏଥିରେ ସୁରକ୍ଷା ପ୍ରତି ସବୁଠାରୁ ଅଧିକ ଧ୍ୟାନ ଦିଆଯିବ । ଖାସ କରି ଷ୍ଟାଡିୟମରେ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ କାର୍ଯ୍ୟକ୍ଷମ କରାଯାଇପାରିବ ବୋଲି କହିଛନ୍ତି ଓସିଏ ସମ୍ପାଦକ।

Related posts

ଶୁଭମନ ଗିଲଙ୍କ ବିକଳ୍ପକୁ ନା

Odisha Sports Bureau

ଶ୍ରେୟସଙ୍କ ହ୍ୱାଟ୍ସଆପ ଡିପି କନେକ୍ସନ

Odisha Sports Bureau

ଘରୋଇ ମାଟିରେ ନର୍ଥଇଷ୍ଟ ୟୁନାଇଟେଡକୁ ଭେଟିବ ଓଡିଶା

Odisha Sports Bureau