Cricket

ସ୍ଲୋ ଓଭର ରେଟ ପାଇଁ କେଏଲ ରାହୁଲ ଓ ଋତୁରାଜଙ୍କ ଉପରେ ବିସିସିଆଇ ଲଗାଇଲେ ଜରିମାନା

ନୂଆଦିଲ୍ଲୀ: ଚାଲିଛି ଆଇପିଏଲର ମହା ସମର । ୧୭ ତମ ସଂସ୍କରଣରେ ଗତକାଲି ଶେଷ ହୋଇଛି ୩୪ ତମ ମ୍ୟାଚ । ଏହି ମ୍ୟାଚରେ ମୁହାଁ ମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗସ ସହ ଲକ୍ଷ୍ନୌ  ସୁପରଜିଆଣ୍ଟସ । ଆଉ ଏଥିରେ ଲକ୍ଷ୍ନୌ  ୮ ୱିକେଟରେ ଚେନ୍ନାଇକୁ ପରାସ୍ତ କରିଛି ।କିନ୍ତୁ ଏହି ମ୍ୟାଚରେ ଦୁଇଟି ଦୁଇଟି ଯାକ ଟିମର ଅଧିନାୟକଙ୍କ ଉପରେ ଜରିମାନା ଲଗାଇଛନ୍ତି ବିସିସିଆଇ । ଲକ୍ଷ୍ନୌ  ସୁପର ଜିଆଣ୍ଟା ଅଧିନାୟକ କେ ଏଲ ରାହୁଲ ଏବଂ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ଉପରେ ସ୍ଲୋ ଓଭର ରେଟ ପାଇଁ ୧୨-୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି ।
ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ ସୁପରଜିଆଣ୍ଟସ । ହେଲେ ଲକ୍ଷ୍ନୌ  ଟିମ ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ କରିପାରିନଥିଲା । ଲକ୍ଷ୍ନୌ  ନିର୍ଦ୍ଧାରିତ ସମୟ ମଧ୍ୟରେ ୧୯ ଓଭର ବୋଲିଂ କରିପାରିଥିଲା । ସେହିପରି ଚେନ୍ନାଇ ସୁପରକିଙ୍ଗସ ଫିଲ୍ଡିଂ ସେଟ କରିବାରେ ସମୟ ଲଗାଇଥିଲା । ତେଣୁ ନିର୍ଦ୍ଧାରିତ ସମୟ ଅନୁସାରେ ବୋଲିଂ କରିପରିଥିଲା । ତେବେ ଏଥି ପାଇଁ ହିଁ ରାହୁଲ ଏବଂ ଋତୁରାଜଙ୍କୁ ଚଳିତ ସିଜନର ପ୍ରଥମ ଭୁଲ ପାଇଁ ୧୨-୧୨ ଲକ୍ଷ ଟଙ୍କାର ଜରିମାନା ଲାଗାଇଛି ବିସିସିଆଇ । ଏହା ପୂର୍ବରୁ ସ୍ଲୋ ଓଭର ରେଟ ପାଇଁ ଶୁଭମନ ଗିଲ, ରିଷଭ ପନ୍ତ , ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମସନଙ୍କ ଉପରେ ମଧ୍ୟ ଜରିମାନା ଲାଗାଇ ସାରିଛି ବିସିସିଆଇ । କିନ୍ତୁ ଏହାରି ଭିତରେ ରିଷଭ ପନ୍ତଙ୍କ ଉପରେ ୨ ଥର ଏହି ଜରିମାନା ଲାଗି ସାରିଛି । ତେବେ ଆଇପିଏଲ ନିୟମ ଅନୁସାରେ ଏହି ଭୁଲ ୩ଥର ହେଲେ ଦଳର ଅଧିନାୟକଙ୍କ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ବ୍ୟାନ ଲଗାଯାଇପାରେ । ତେଣୁ ଆଉ ଥରେ ସ୍ଲୋ ଓଭର ରେଟ ବୋଲିଂ ପନ୍ତଙ୍କୁ ଗୋଟିଏ ମ୍ୟାଚରେ ବ୍ୟାନ କରିପାରେ ବୋଲି କୁହାଯାଉଛି ।

Related posts

IPL ପରେ ଟିମ୍ ଇଣ୍ଡିଆର ବ୍ୟସ୍ତ ସୂଚୀ: ୩୦ ଦିନରେ ୧୦ଟି T20 ମ୍ୟାଚ୍

ଘୋଷଣା ହେଲା ଆଇପିଏଲ ୨୦୨୬ କ୍ରୀଡ଼ାସୂଚୀ, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ଟି୨୦ କ୍ରୀଡ଼ା ମହାକୁମ୍ଭ

Odisha Sports Bureau

ନିଲାମି ବେଳେ ବଡ଼ ଭୁଲ, ଭୁଲ ଖେଳାଳିଙ୍କୁ କିଣି ଦେଲା ପଞ୍ଜାବ କିଙ୍ଗ୍ସ

Odisha Sports Bureau