Cricket

ସ୍ଲୋ ଓଭର ରେଟ ପାଇଁ କେଏଲ ରାହୁଲ ଓ ଋତୁରାଜଙ୍କ ଉପରେ ବିସିସିଆଇ ଲଗାଇଲେ ଜରିମାନା

ନୂଆଦିଲ୍ଲୀ: ଚାଲିଛି ଆଇପିଏଲର ମହା ସମର । ୧୭ ତମ ସଂସ୍କରଣରେ ଗତକାଲି ଶେଷ ହୋଇଛି ୩୪ ତମ ମ୍ୟାଚ । ଏହି ମ୍ୟାଚରେ ମୁହାଁ ମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗସ ସହ ଲକ୍ଷ୍ନୌ  ସୁପରଜିଆଣ୍ଟସ । ଆଉ ଏଥିରେ ଲକ୍ଷ୍ନୌ  ୮ ୱିକେଟରେ ଚେନ୍ନାଇକୁ ପରାସ୍ତ କରିଛି ।କିନ୍ତୁ ଏହି ମ୍ୟାଚରେ ଦୁଇଟି ଦୁଇଟି ଯାକ ଟିମର ଅଧିନାୟକଙ୍କ ଉପରେ ଜରିମାନା ଲଗାଇଛନ୍ତି ବିସିସିଆଇ । ଲକ୍ଷ୍ନୌ  ସୁପର ଜିଆଣ୍ଟା ଅଧିନାୟକ କେ ଏଲ ରାହୁଲ ଏବଂ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ଉପରେ ସ୍ଲୋ ଓଭର ରେଟ ପାଇଁ ୧୨-୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି ।
ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ ସୁପରଜିଆଣ୍ଟସ । ହେଲେ ଲକ୍ଷ୍ନୌ  ଟିମ ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ କରିପାରିନଥିଲା । ଲକ୍ଷ୍ନୌ  ନିର୍ଦ୍ଧାରିତ ସମୟ ମଧ୍ୟରେ ୧୯ ଓଭର ବୋଲିଂ କରିପାରିଥିଲା । ସେହିପରି ଚେନ୍ନାଇ ସୁପରକିଙ୍ଗସ ଫିଲ୍ଡିଂ ସେଟ କରିବାରେ ସମୟ ଲଗାଇଥିଲା । ତେଣୁ ନିର୍ଦ୍ଧାରିତ ସମୟ ଅନୁସାରେ ବୋଲିଂ କରିପରିଥିଲା । ତେବେ ଏଥି ପାଇଁ ହିଁ ରାହୁଲ ଏବଂ ଋତୁରାଜଙ୍କୁ ଚଳିତ ସିଜନର ପ୍ରଥମ ଭୁଲ ପାଇଁ ୧୨-୧୨ ଲକ୍ଷ ଟଙ୍କାର ଜରିମାନା ଲାଗାଇଛି ବିସିସିଆଇ । ଏହା ପୂର୍ବରୁ ସ୍ଲୋ ଓଭର ରେଟ ପାଇଁ ଶୁଭମନ ଗିଲ, ରିଷଭ ପନ୍ତ , ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମସନଙ୍କ ଉପରେ ମଧ୍ୟ ଜରିମାନା ଲାଗାଇ ସାରିଛି ବିସିସିଆଇ । କିନ୍ତୁ ଏହାରି ଭିତରେ ରିଷଭ ପନ୍ତଙ୍କ ଉପରେ ୨ ଥର ଏହି ଜରିମାନା ଲାଗି ସାରିଛି । ତେବେ ଆଇପିଏଲ ନିୟମ ଅନୁସାରେ ଏହି ଭୁଲ ୩ଥର ହେଲେ ଦଳର ଅଧିନାୟକଙ୍କ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ବ୍ୟାନ ଲଗାଯାଇପାରେ । ତେଣୁ ଆଉ ଥରେ ସ୍ଲୋ ଓଭର ରେଟ ବୋଲିଂ ପନ୍ତଙ୍କୁ ଗୋଟିଏ ମ୍ୟାଚରେ ବ୍ୟାନ କରିପାରେ ବୋଲି କୁହାଯାଉଛି ।

Related posts

ଆସନ୍ତାକାଲି ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ

Odisha Sports Bureau

ଚିନ୍ତାରେ ବିରାଟ

Odisha Sports Bureau

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଶଦାବ ଖାନଙ୍କ ବଡ଼ ବୟାନ

Leave a Comment