Cricket

ଟିମ ଇଣ୍ଡିଆକୁ ବଡ଼ ଝଟକା, ବିଶ୍ଵକପ୍ ପୂର୍ବରୁ ବିଦା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ: T20 ୱାର୍ଲ୍ଡ କପ୍ 2026 ଆରମ୍ଭ ହେବାର ଠିକ୍ ଏକ ଦିନ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଯୁବ ବୋଲର୍ ହର୍ଷିତ ରାଣା ଆଘାତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛନ୍ତି। ୱର୍ମ୍-ଅପ୍ ମ୍ୟାଚ୍‌ରେ ଲାଗିଥିବା ଆଘାତ କାରଣରୁ ତାଙ୍କର ଏହି ୱାର୍ଲ୍ଡ କପ୍‌ରେ ଖେଳିବାର ସ୍ୱପ୍ନ ଅଧୂରା ରହିଗଲା। ରିପୋର୍ଟ୍‌ ଅନୁଯାୟୀ, ହର୍ଷିତଙ୍କ ସ୍ଥାନରେ ଟିମ୍ ଇଣ୍ଡିଆ ଜଣେ ଦ୍ରୁତ ବୋଲରଙ୍କୁ ଦଳରେ ସାମିଲ କରିବାକୁ ଯାଉଛି। ଖବର ମିଳୁଛି ଯେ, ମହମ୍ମଦ ସିରାଜ୍ T20 ୱାର୍ଲ୍ଡ କପ୍ 2026 ପାଇଁ ହର୍ଷିତଙ୍କ ସ୍ଥାନ ନେଇପାରନ୍ତି।

ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଏକ ରିପୋର୍ଟ୍ ଅନୁଯାୟୀ, ମହମ୍ମଦ ସିରାଜ୍‌ଙ୍କୁ ଭାରତୀୟ ସ୍କ୍ୱାଡ୍‌ରେ ସାମିଲ କରାଯାଇପାରେ। ହେଲେ ଏନେଇ BCCI ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ। ମ୍ୟାଚ୍ ପୂର୍ବରୁ ହୋଇଥିବା ପ୍ରେସ୍ କନଫରେନ୍ସରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଥିଲେ ଯେ ହର୍ଷିତ ସମ୍ପୂର୍ଣ୍ଣ ଭାବେ ବାହାର ହୋଇନାହାନ୍ତି, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ।

ସିରାଜ ଟି20 ଫର୍ମାଟ୍‌ରେ ଦୀର୍ଘ ସମୟ ପରେ ଭାରତୀୟ ଦଳକୁ ଫେରିବେ । ଟେଷ୍ଟ ଓ ଓଡ଼ିଆଇ ଦଳର ନିୟମିତ ସଦସ୍ୟ ସିରାଜ୍ ପ୍ରାୟ ଡେଢ଼ ବର୍ଷ ଧରି T20 ଦଳରୁ ବାହାରେ ଥିଲେ। ସେ ଶେଷଥର ଜୁଲାଇ 2024ରେ ଶ୍ରୀଲଙ୍କା ବିରୋଧରେ ଭାରତ ପାଇଁ T20 ମ୍ୟାଚ୍ ଖେଳିଥିଲେ। ସିରାଜ୍ ଏପର୍ଯ୍ୟନ୍ତ 16ଟି T20 ମ୍ୟାଚ୍‌ରେ 14ଟି ୱିକେଟ୍ ନେଇଛନ୍ତି ଏବଂ 8ରୁ କମ୍ ଇକନୋମି ରେଟ୍ ରଖିଛନ୍ତି।

Related posts

BCCI ତରଫରୁ ସଚିନଙ୍କୁ ‘ଗୋଲ୍ଡେନ୍ ଟିକେଟ’

Odisha Sports Bureau

ଆସିଲାଣି ଡାକରା, ଆଇପିଏଲ୍ ଅଧାରୁ ନିଜ ଦେଶ ଫେରିଯିବେ ଇଂଲଣ୍ଡ ଖେଳାଳି

ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଭାରତର ପଥ ପରିଷ୍କାର କରିଛି ଦକ୍ଷିଣ ଆଫ୍ରିକା

Odisha Sports Bureau