Cricket

ଇଂଲଣ୍ଡ ଗସ୍ତ ପୂର୍ବରୁ ବିସିସିଆଇରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ-: ଇଂଲଣ୍ଡ ଗସ୍ତ ପୂର୍ବରୁ ବିସିସିଆଇରେ ହୋଇପାରେ ବଡ଼ ପରିବର୍ତ୍ତନ । ରୋଜର ବିନ୍ନିଙ୍କ ପରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଅନ୍ତରୀଣ ସଭାପତି ହୋଇପାରନ୍ତି ରାଜୀବ ଶୁକ୍ଳା । ବିସିସିଆଇର ସଭାପତି ଥିବା ରୋଜର ବିନ୍ନିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ତାଙ୍କ ପରେ ରାଜୀବ ଶୁକ୍ଳା ୩ ମାସ ପାଇଁ ବିସିସିଆଇର ଅନ୍ତରୀଣ ସଭାପତି ହୋଇପାରନ୍ତି ।

ସୂଚନା ଅନୁସାରେ, ବିସିସିଆଇର ସଭାପତି ପଦ ଛାଡ଼ିବେ ରୋଜର ବିନ୍ନି । ତାଙ୍କ ସ୍ଥାନରେ ରାଜୀବ ଶୁକ୍ଳା ୩ ମାସ ପାଇଁ ନୂଆ ସଭାପତି ଭାବେ କାର୍ଯ୍ୟ କରିବେ। ବିସିସିଆଇ ସମ୍ବିଧାନ ଅନୁସାରେ ସଭାପତି ପଦ ପାଇଁ ସର୍ବାଧିକ ବୟସ ସୀମା ୭୦ ବର୍ଷ ଅଟେ । ୭୦ ବର୍ଷ ପ୍ରାପ୍ତପରେ କୌଣସି ବ୍ୟକ୍ତି ବୋର୍ଡର କୌଣସି ପଦ ପଦବୀରେ ରହି ପାରିବେ ନାହିଁ । ବିନ୍ନିଙ୍କୁ ଆସନ୍ତା ମାସରେ ୭୦ ବର୍ଷ ପୂରଣ ହେବାକୁ ଯାଉଛି । ତେଣୁ ନିୟମ ଅନୁସାରେ କାର୍ଯ୍ୟ କାଳ ପୂରଣ ହୋଇ ନଥିଲେ ବି ତାଙ୍କୁ ପଦ ଛାଡ଼ିବାକୁ ପଡ଼ିବ । ସେ ନିଜ ପଦରୁ ଇସ୍ତଫା ଦେବେ । ରାଜୀବ ଶୁକ୍ଳା ମାତ୍ର ୩ ମାସ ସଭାପତି ପଦରେ ରହିବେ । ଏହାପରେ ବିସିସିଆଇ ନୂଆ ନିର୍ବାଚନ ହେବ । ୨୦୨୦ରୁ ରାଜୀବ ବୋର୍ଡର ଉପ ସଭାପତି ରହିଛନ୍ତି । ରାଜୀବ ବୋର୍ଡର ସବୁଠୁ ବରିଷ୍ଠ ଅଧିକାରୀ ହୋଇଥିବାରୁ ବରିଷ୍ଠତା ଦୃଷ୍ଟିରୁ ବିନ୍ନିଙ୍କ ଅବଶିଷ୍ଟ କାର୍ଯ୍ୟକାଳ ସେ ପୂରଣ କରିବେ ।

Related posts

ଭାରତ-ପାକିସ୍ତାନ ମ୍ୟାଚ୍ କ୍ରେଜ୍: ଅହମଦାବାଦରେ ହୋଟେଲ ରୁମ୍ ଭଡ଼ା ୧ଲକ୍ଷ ଟଙ୍କା

Odisha Sports Bureau

ପ୍ରତିଟି ଆଇପିଏଲ ମ୍ୟାଚ୍‌ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ନେଇ ବିସିସିଆଇକୁ ପ୍ରସ୍ତାବ

Odisha Sports Bureau

୨୮ ବଲରେ ଶତକ ହାସଲ କରିଛନ୍ତି ଅଭିଷେକ ଶର୍ମା

Odisha Sports Bureau