Cricket

ଆଜି ବାରବାଟୀରେ ବିଗ ଫାଇଟ

ଆଜି ବାରବାଟୀରେ ବିଗ ଫାଇଟ । ବାସ ଆଉ କେଇ ଘଣ୍ଟାକୁ ଅପେକ୍ଷା । ଛକା ଓ ଚୌକା ବର୍ଷାରେ କମ୍ପି ଉଠିବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ । ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍  । ୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବାରବାଟୀରୁ ଆରମ୍ଭ ହେବ । ଘରୋଇ ଦଳ ଟେଷ୍ଟ୍‌ ଶୃଙ୍ଖଳାକୁ ୦-୨ରେ ହାତଛଡ଼ା କରିବା  ପରେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ସମ୍ମାନ ବଜାୟ ରଖିଛି । ମ୍ୟାଚ ପୂର୍ବରୁ ଜଗା ଦର୍ଶନ କଲେ ଭାରତୀୟ ଟିମ୍‌। ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆଜି ପଡିଆକୁ ଓହ୍ଲାଇବ ଭାରତୀୟ ଟିମ୍‌ । ବାରବାଟୀରେ ଆଜି ଦର୍ଶକ ଦେଖିବେ ବିଗ୍‌ ଫାଇଟ୍‌। ଗୌତମ ଗମ୍ଭୀର ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ସହ ଆଉ ୨ ଜଣ ଖେଳାଳି ଯାଇଛନ୍ତି ପୁରୀ। ଆଜିର ମ୍ୟାଚକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ।

ମାକରମ ବି ତୟାର । ପ୍ରଥମ ଥର ପାଇଁ ମଡ୍ ରେଡ୍ ପିଚ୍ ପ୍ରସ୍ତୁତ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ହେବ। ବଡ଼ ସ୍କୋର ହେବାର ଆଶା କରାଯାଇଛି । ୪୨ ହଜାର ଦର୍ଶକ ଦେଖିପାରିବେ ମ୍ୟାଚ। ମ୍ୟାଚ ଉପରେ କାକରର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟୋଗ କରାଯିବ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ । ସୋମବାର ଉଭୟ ଦଳର ଖେଳାଳି କଡ଼ା ସୁରକ୍ଷା ମଧ୍ୟରେ ବାରବାଟୀରେ ପହଂଚିଥିଲେ । ଆଉ ୩ଘଣ୍ଟା ଧରି ଅଭ୍ୟାସ କରିଥିଲେ । ଭାରତର ବ୍ୟାଟସମ୍ୟାନ ଓ ବୋଲର ଅଭ୍ୟାସ କରିଥିବା ବେଳେ ଦକ୍ଷିଣ ଆଫ୍ରିକାର ଖେଳାଳି ମଧ୍ୟ ପ୍ରାକ୍ଟିସ କରିଛନ୍ତି । ପୂର୍ବରୁ ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଜିତିନଥିବା କାରଣରୁ ଏଥର ପରାଜୟର ରେକର୍ଡ ଭାଙ୍ଗିବ ବୋଲି ଫ୍ୟାନ୍ ଆଶା ରଖିଛନ୍ତି । କମ୍ପିବ ବାରବାଟୀ । ଇଣ୍ଡିଆ ଇଣ୍ଡିଆ ନାରାରେ ଫାଟିବ ଗ୍ୟାଲେରି । ବାରବାଟୀ ଟି୨୦କୁ ନେଇ ଉତ୍ସାହିତ କ୍ରିକେଟ ପ୍ରେମୀ । ମଙ୍ଗଳବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ସିରିଜର ପ୍ରଥମ ମୁକାବିଲା କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଯାହାକୁ ନେଇ ସାରା ରାଜ୍ୟରେ ଏବେ କ୍ରିକେଚ୍ ଫିଭର୍ ।

Related posts

ଏଥର ରୋହିତ ବାହିନୀ ନୁହେଁ ସୂର୍ଯ୍ୟବାହିନୀ ନେବ ପ୍ରତିଶୋଧ

Odisha Sports Bureau

ମେଜର ଲିଗ୍ କ୍ରିକେଟ୍ ଖେଳିବେନି ଅମ୍ବାତି ରାଇଡୁ

ଟିମ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ପାଇଁ ବାର୍ବାଡୋସରେ ପହଞ୍ଚିଛି ଏକ ସ୍ୱତନ୍ତ୍ର ବିମାନ

Odisha Sports Bureau