Wrestling

ବିନେଶଙ୍କ ଦାବିକୁ ଅନୁମୋଦନ କଲା କ୍ରୀଡା ମନ୍ତ୍ରଣାଳୟ

(ଓଡିଶା ସ୍ପୋର୍ଟସ୍): ଷ୍ଟାର ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାତଙ୍କ ଦାବିକୁ ଗ୍ରହଣ କରି ହଙ୍ଗେରୀରେ ୪୦ ଦିନିଆ ଅଭ୍ୟାସକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭିନେଶ ବ୍ୟକ୍ତିଗତ ପ୍ରଶିକ୍ଷକ ଭୋଲେରେ ଇକୋସ, ଅଭ୍ୟାସ ପାର୍ଟନର ପ୍ରିୟଙ୍କା ଫୋଗାତ, ଫିଜିଓ ରମଣ ଏନଙ୍କୁ ହଙ୍ଗେରୀର ଅଭ୍ୟାସ ଶିବିରରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଥିଲା । ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍ (ଟିଓପିଏସ୍) ଅଧୀନରେ ଏହି ଶିବିରକୁ ଅନୁମୋଦନ କରାଯାଇଛି ।

ଏହାର ମୋଟ ମୂଲ୍ୟ ୧୫ ଲକ୍ଷ ୫୧ ହଜାର ଟଙ୍କା ହେବ । ଏଥିରେ ବିମାନ ଯାତ୍ରା, ସ୍ଥାନୀୟ ଯାତାୟାତ, ରହଣି ଏବଂ ରହିବା ଖର୍ଚ୍ଚ ଅନ୍ତର୍ଭୁକ୍ତ । ଏହି ଶିବିର ୨୮ ଡିସେମ୍ବରରୁ ୨୪ ଜାନୁୟାରୀ ପର୍ୟ୍ୟନ୍ତ ବୁଡାପେଷ୍ଟର ଭାସା ସ୍ପୋର୍ଟସ କ୍ଲବରେ ଏବଂ ପରେ ୨୪ ଜାନୁୟାରୀରୁ ୫ ଫେବୃଆରୀ ମଧ୍ୟରେ ପୋଲାଣ୍ଡରେ ଅନୁଷ୍ଠିତ ହେବ ।

ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ଆଶା କରି ଭିନେଶଙ୍କ ପାଇଁ କୋଚ୍ ଇକୋସ୍ ଏହି ଶିବିର ଯୋଜନା କରିଛନ୍ତି । ଏହା ମାଧ୍ୟମରେ ସେ ନିଜ ଶ୍ରେଣୀରେ ୟୁରୋପର କୁସ୍ତିମାନଙ୍କ ସହିତ ଅଭ୍ୟାସ କରିବାକୁ ସମର୍ଥ ହେବେ । ବିନେଶ କହିଛନ୍ତି, “ମୁଁ ମୋର ସ୍ତର ଜାଣିବା ଉଚିତ୍ । ଭଲ କୁସ୍ତିମାନଙ୍କ ସହିତ ଅଭ୍ୟାସ କରି ମୁଁ ମୋର ଦୁର୍ବଳତା ଜାଣିବି ।

Related posts

ରେସଲର ଆବେଦନର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

Odisha Sports Bureau

ବିବାଦର ସମାଧାନ ନହେବା ଯାଏ ଏସିଆନ ଗେମ୍ସରେ ସାମିଲ ହେବେ ନାହିଁ ସାକ୍ଷୀ ମଲ୍ଲିକ

Odisha Sports Bureau

ଆଜିଠାରୁ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା ଆରମ୍ଭ

Odisha Sports Bureau