Tennis

ନୋଭାକ ଜୋକୋଭିକଙ୍କୁ ପରାସ୍ତ କରି ଗ୍ରାଣ୍ଡସ୍ଲାମ ଟାଇଟ ନିଜ ନାମରେ କଲେ

ରବିବାର ମେଲବର୍ଣ୍ଣରେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ୨୦୨୬ ନିଜ ନାମରେ କରିଛନ୍ତି ସ୍ପେନର ଟେନିସ୍ ତାରକା କାର୍ଲୋସ ଅଲକାରାଜ । ୨୨ ବର୍ଷୀୟ ଅଲକାରାଜ ପୁରୁଷ ଏକକ ଫାଇନାଲରେ ମହାନ ଖେଳାଳି ନୋଭାକ ଜୋକୋଭିକଙ୍କୁ ୨-୬, ୬-୨, ୭-୫ ସେଟରେ ହରାଇଛନ୍ତି। ଅଲକାରାଜଙ୍କ ଏହା ସପ୍ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ୍ । ସ୍ପେନର ଏହି ଖେଳାଳି ଗ୍ରାଣ୍ଡସ୍ଲାମର ସବୁ ଟାଇଟଲ୍ ଜିତିବାରେ ବିଶ୍ଵର ସର୍ବକନିଷ୍ଠ ଖେଳାଳି ହେବାର ଉପଲବ୍ଧି ହାସଲ କରିଛନ୍ତି । ଏଥି ସହିତ ସେ ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ଜିତି ଇତିହାସ ରଚିଛନ୍ତି । ଅଲକାରାଜ ପାଞ୍ଚ ସେଟର ରୋମାଞ୍ଚକର ସେମି ଫାଇନାଲରେ ଆଲେକଜାଣ୍ଡାର ଜ୍ଵେରେଭଙ୍କୁ ହରାଇ ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ପହଞ୍ଚିଥିଲେ । ଅନ୍ୟପଟେ ସର୍ବିଆର ଟେନିସ୍ ତାରକା ନୋଭାକ ଜୋକୋଭିକଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିବାର ସ୍ଵପ୍ନ ଚୂରମାର ହୋଇଛି ।

We'll See Each Over Next 10 Years": Djokovic Fires Warning to Alcaraz After  Australian Open Final

Related posts

ଟେନିସ ଜଗତରେ ସାନିଆ ଯୁଗର ଅବସାନ

Odisha Sports Bureau

ଆଇଟିଏଫ୍ ଏକକ ଟାଇଟଲ୍ ଜିତିଲେ ଅଙ୍କିତା

Odisha Sports Bureau

ବିଜେପିରେ ଯୋଗଦେଲେ ପୂର୍ବତନ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ; ପଶ୍ଚିମବଙ୍ଗ ନିର୍ବାଚନରେ କରିବେ ପ୍ରଚାର

Odisha Sports Bureau