Cricket

ଟିମ୍ ଇଣ୍ଡିଆରେ ଧାୱନଙ୍କ କମବ୍ୟାକ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବାମହାତୀ ଷ୍ଟାର ଓପନର ଶିଖର ଧାୱନ୍ ଗତ ଗୋଟିଏ ବର୍ଷ ହେଲା ଦଳଠୁ ଦୂରରେ ରହିଛନ୍ତି । ଗତବର୍ଷ ବାଂଲାଦେଶ ବିପକ୍ଷରେ ନିଜର ଶେଷ ମ୍ୟାଚ୍ ଖେଳିଥିବାବେଳେ, ଆଇପିଏଲରେ ବି ତାଙ୍କ ଦଳ ପଞ୍ଜାବ କିଙ୍ଗସ୍ ସେମିତି କିଛି ଚମତ୍କାର କରିପାରିନଥିଲା । ତେବେ ଶିଖର ଧାୱନଙ୍କୁ ନେଇ ଏବେ ଆସିଛି ବଡ ଖବର । ଖୁବଶୀଘ୍ର ସେ ଟିମ୍ ଇଣ୍ଡିଆକୁ ରିଟର୍ଣ୍ଣ କରିବା ସହିତ ବଡ ଟୁର୍ଣ୍ଣାମେଣ୍ଟରେ ଦଳର ମଙ୍ଗ ଧରିପାରନ୍ତି ବୋଲି ସୂଚନା ମିଳୁଛି ।

ଚଳିତ ବର୍ଷ ଚୀନରେ ଏସିଆନ୍ ଗେମ୍ସର ଆୟୋଜନ ହେବାକୁ ଯାଉଅଛି । ଅକ୍ଟୋବର ୫ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ୟ୍ୟନ୍ତ ଖେଳାଯିବାକୁ ଥିବା ଏହି ବଡ ଖେଳ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଉଭୟ ପୁରୁଷ ଓ ମହିଳା କ୍ରିକେଟ୍ ଟିମ୍ ସାମିଲ ହେବେ । ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଶିଖର ଧାୱନଙ୍କୁ କ୍ୟାପଟେନ୍ କରିବା ସହିତ ଏନସିଏ ଚିଫ୍ ଭିଭିଏସ୍ ଲକ୍ଷ୍ମଣଙ୍କୁ କୋଚିଂ ଦାୟିତ୍ୱ ଦେଇପାରେ । ଜୁଲାଇ ୭ ତାରିଖରେ ବିସିସିଆଇ ଏନେଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିପାରେ ବୋଲି ଜଣାପଡିଛି । ତେବେ ଖାଲି ଶିଖର ଧାୱନ ନୁହଁନ୍ତି ଋତୁରାଜ ଗାଏକ୍ୱାଡ ଏବଂ ଜଶସ୍ୱୀ ଜୟସୱାଲଙ୍କ ଭଳି ଖେଳାଳି ମଧ୍ୟ ଏହି ବଡ ସ୍ପୋର୍ଟସ୍ ଇଭେଣ୍ଟରେ ସାମିଲ ହେଇପାରନ୍ତି ବୋଲି କୁହାଯାଉଛି ।

ଏସିଆନ୍ ଗେମ୍ସରେ ତୃତୀୟ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଛି । ତେବେ ପୂର୍ବରୁ ବିସିସିଆଇ କିନ୍ତୁ ଏହି ସ୍ପୋର୍ଟସ ଇଭେଣ୍ଟକୁ ନିଜର କ୍ରିକେଟ୍ ଟିମ୍ ପଠାଇ ନଥିଲା । ୨୦୧୦ରେ ବାଂଲାଦେଶ ଏବଂ ପାକିସ୍ତାନ ଯଥାକ୍ରମେ ପୁରୁଷ ଏବଂ ମହିଳା ବର୍ଗରେ ସ୍ୱର୍ଣ୍ଣପଦକ ଜିତିଥିଲେ । ସେହିପରି ୨୦୧୪ରେ ଖେଳାଯାଇଥିବା ଏସିଆନ୍ ଗେମ୍ସରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ଯଥାକ୍ରମେ ପୁରୁଷ ଏବଂ ମହିଳା ବର୍ଗରେ ସ୍ୱର୍ଣ୍ଣପଦକ ଜିତିଥିଲେ ।

Related posts

ବିରାଟ କୋହଲି ସମ୍ଭାଳି ନେବେ.. ଅଗରକରଙ୍କ ଏହି ବୟାନକୁ ନେଇ କଣ କହିଲେ ପାକିସ୍ତାନକ କ୍ରିକେଟର

Odisha Sports Bureau

ଏସୀୟ କ୍ରୀଡା କ୍ରିକେଟରେ ଇତିହାସ ରଚିଲା ନବାଗତ ନେପାଳ

Odisha Sports Bureau

ପେଟା ଇଣ୍ଡିଆନ ପକ୍ଷରୁ କୋହଲିଙ୍କୁ ‘ପର୍ସନ ଅଫ ଦି ଇୟର’

Odisha Sports Bureau