Cricket

ବିମାନ ବନ୍ଦରରେ ସାକ୍ଷୀଙ୍କ ସହ ଧୋନି

ନୂଆଦିଲ୍ଳୀ:  ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ବ୍ୟାପିଛି। ଯଦି ଆଇପିଏଲ୍ ଟିମ୍ ଚେନ୍ନାଇ ସୁପର କିଙ୍ଗସର କଥା ପଡ଼େ ତେବେ ଧୋନି ତାହାକୁ ଏକ ଭିନ୍ନ ସ୍ତରରେ ନେଇ ପହଞ୍ଚାଇଛନ୍ତି। ନିକଟରେ କ୍ରିକେଟର ‘ଧୋନି ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ୍’ ନାମକ ଏକ ପ୍ରଡକ୍ସନ କମ୍ପାନି ଆରମ୍ଭ କରିଛନ୍ତି। ସେ ତାଙ୍କର ପ୍ରଥମ ତାମିଲ ଫିଲ୍ମ ଏଲଜିଏମ୍ ଲଞ୍ଚ୍ ଅବସରରେ ପତ୍ନୀ ସାକ୍ଷୀଙ୍କ ସହ ଚେନ୍ନାଇ ଯାଇଥିବା ବେଳେ ତାଙ୍କୁ ବିମାନ ବନ୍ଦରରେ ପ୍ରଶଂସକ ଘେରି ଯାଇଥିଲେ।

ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ପ୍ରଶଂସକ ଧୋନିଙ୍କୁ ତାଙ୍କ କ୍ଷତ ଆଣ୍ଠୁ ବିଷୟରେ ପଚାରୁଥିବାର ଶୁଣିବାକୁ ମିଳିଛି। କିଛି ଦିନ ତଳେ ଧୋନିଙ୍କ ଆଣ୍ଠୁରେ ଆଘାତ ଲାଗିବାରୁ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ତେବେ ପ୍ରଶଂସକମାନେ ତାଙ୍କୁ ସାମ୍ନାରେ ପାଇ ‘ମାହି ଭାଇ ଆଣ୍ଠୁ କେମିତି ଅଛି’ ବୋଲି ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ଧୋନି କିଛି ନକହି ଏକ ହସ ସହ ହାତ ହଲାଇ ଠିକ ଅଛି ବୋଲି ଇଶାରା କରିଥିଲେ। ଧୋନି ନିକଟରେ ତାଙ୍କର ୪୨ ତମ ଜନ୍ମଦିନ ପାଳନ କରିଛନ୍ତି । କ୍ୟାପଟେନ୍ କୁଲଙ୍କ ପାଇଁ ଶୁଭେଚ୍ଛା ପୋଷ୍ଟରେ ପୂରା ସୋସିଆଲ୍ ମିଡିଆ ଭରି ଯାଇଥିଲା। କେବଳ ପ୍ରଶଂସକ ନୁହଁନ୍ତି ଅନେକ ପୂର୍ବତନ ତଥା ବର୍ତ୍ତମାନର କ୍ରିକେଟର ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Related posts

୭୦ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ବିଜୟୀ

Odisha Sports Bureau

୨୦୨୪ରେ ଟିମ ଇଣ୍ଡିଆକୁ ନାହିଁ ଆରାମ

Odisha Sports Bureau

ଆସେସ ସିରିଜ ବେଳେ ପିଚ୍ ଖରାପ କରିବା ପାଇଁ ପଡିଆରେ ପହଞ୍ଚିଲା ପ୍ରଦର୍ଶନକାରୀ