Cricket

ଧୋନିଙ୍କ ପୁରୁଣା ଭିଡିଓ ଭାଇରାଲ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନି ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ମାହିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ସବୁବେଳେ ଭାଇରଲ ହେଉଥିବା ଦେଖିବାକୁ ମିଳିଥାଏ । ନିକଟରେ ଧୋନିଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ସେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ନଜର ଆସିଛନ୍ତି। ଧୋନି ତାଙ୍କୁ ବାଇକରେ ବସାଇ କୌଣସି ସ୍ଥାନରେ ଛାଡୁଥିବାର ଦେଖିବାକୁ ମିଳିଛି ।

ଏହା ହେଉଛି ଧୋନିଙ୍କର ଏକ ପୁରୁଣା ଭିଡିଓ । ଭିଡିଓରେ ସେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ବାଇକରେ ବସାଇ ଆଣୁଥିବାର ଦେଖିବାକୁ ମିଳିଛି । ଧୋନି ସିକ୍ୟୁରିଟି ଗାର୍ଡଙ୍କୁ ତାଙ୍କ କାମ ସ୍ଥାନରେ ଛାଡି ଚାଲିଯାଉଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସ ଦାବି କରୁଛନ୍ତି ଯେ, ଏହି ଭିଡିଓଟି ଧୋନିଙ୍କ ଫାର୍ମ ହାଉସରୁ ଆସିଛି। ରାଞ୍ଚିରେ ଧୋନିଙ୍କ ଏକ ବିରାଟ ଫାର୍ମ ହାଉସ ରହିଛି। ଏହି ଫାର୍ମ ହାଉସ ୭ ଏକର ଜମିରେ ପରିବ୍ୟାପ୍ତ । ଧୋନିଙ୍କ ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।

Related posts

ଆଇପିଏଲରେ ୱିକେଟ କିପିଂ କରିବେନି ରିଷଭ ପନ୍ତ

Odisha Sports Bureau

ପାଣ୍ଡ୍ୟା ଓ ରାହୁଲ ଙ୍କୁ ଝଟକା, ୨୦-୨୦ ଲକ୍ଷ ଟଙ୍କାର ଜରିମାନା

Odisha Sports Bureau

ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ୍ ଦଳର ନୂଆ ଜର୍ସି ଉନ୍ମୋଚିତ

Odisha Sports Bureau