Cricket

ପୁଣେରେ ମୁହାଁମୁହିଁ ହେବେ ଇଂଲଣ୍ଡ – ନେଦରଲାଣ୍ଡ

ପୁଣେ: ବିଶ୍ୱକପ୍‌ ୨୦୨୩ । ଚଳିତ ବିଶ୍ୱକପ୍‌ରେ ବୁଧବାର ଦିନ ଖେଳାଯିବ ୪୦ ତମ ମ୍ୟାଚ୍‌ । ଆଉ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନେଦରଲାଣ୍ଡସ୍‌ । ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ୍‌ ।

ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ୭ଟା ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟି ମ୍ୟାଚ୍‌ରେ ପରାଜୟ ହୋଇସାରିଥିବା ବେଳେ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଛି । ମୋଟ ୨ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୧୦ମ ସ୍ଥାନରେ ରହିଛି । ଇଂଲଣ୍ଡ ଟିମ୍‌ ବିଶ୍ୱକପ୍‌ ସେମି ରେସ୍‌ରୁ ଆଉଟ୍‌ ହୋଇସାରିଛି । ଟିମ୍‌ରେ ଦମ୍‌ଦାର ଖେଳାଳି ଥିଲେ ସୁଦ୍ଧା ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିପାରିଲାନି ଟିମ୍‌ । ଯାହାଫଳରେ ଟିମ୍‌କୁ ଏପରି ଦୁର୍ଦ୍ଦଶା ଭୋଗିଛି ।

ସେହିପରି ନେଦରଲାଣ୍ଡସ୍‌ ମଧ୍ୟ ୭ଟି ମୁକାବିଲା ଖେଳିସାରିଛି । ମୋଟ ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୫ଟି ମୁକାବିଲାରେ ପରାଜୟର ସାମ୍ନା କରିଛି । ମୋଟ ୪ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୯ମ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚ୍‌ ଜିତି ଟୁର୍ଣ୍ଣାମେଣ୍ଟ ଭଲ ପ୍ରଦର୍ଶନ ସହ ସାରିବାକୁ ଲକ୍ଷ୍ୟ ରହିଛି ।

ପୁଣେ ପିଚ୍‌ ବ୍ୟାଟିଂ ପାଇଁ ଅନୁକୁଳ ରହିଛି । ଫଳରେ ଟସ୍‌ ଜିତି ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା  ଆଶା କରାଯାଉଛି । ୨ୟ ଭାଗରେ ବ୍ୟାଟିଂ ସହଜ ହେବ ।

Related posts

ମାଞ୍ଚେଷ୍ଟରର ୱାର୍ଲଡ ଟ୍ରାଫୋର୍ଡରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି

ଗାଙ୍ଗୁଲିଙ୍କୁ ନୂଆ ଦାୟିତ୍ୱ

Odisha Sports Bureau

କିଛି କ୍ଷଣ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ଚେନ୍ନାଇ ସୁପର କିଙ୍ଗସ ମୁହାଁମୁହିଁ